ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ୧୦ଟା ୩୦ରେ ସରିବ। ଏହା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯାଇଛି।

ଏହାପୂର୍ବରୁ ଆସନ୍ତା ଏପ୍ରିଲ ୨ରୁ ବିଦ୍ୟାଳୟଗୁଡିକରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଏହି ସମୟରେ ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳମାନେ ନିଜ ଜିଲାର ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରୀ କହିଥିଲେ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସକାଳ ୭ଟାରୁ ୯ଟା ଯାଏ ଖୋଲା ରଖିବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି। ଆବଶ୍ୟକସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେଲେ ନିଜ ଜିଲାର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ଜିଲାପାଳମାନେ ଛୁଟି ଘୋଷଣା କରିପାରିବେ ବୋଲି ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସକାଳ ୭ରୁ ଖୋଲିବା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ ସବୁ ଜିଲାପାଳଙ୍କୁ ପତ୍ର ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ...

କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଭୁବନେଶ୍ୱର,୨୧।୩: ବଡ଼ କଂଗ୍ରେସ ନେତାଙ୍କ ପରଲୋକ। ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ମୃତ୍ୟୁ...

ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ...

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା

କଟକ,୨୧।୩: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା ଲାଗିଛି। ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।...

ଓଡ଼ିଶା ଛାଡିଦେବେ ପାଣ୍ଡିଆନ? ବିଦେଶରୁ ଆସିଛି ଅଫର୍‌!

ଭୁବନେଶ୍ୱର,୨୧।୩: ରାଜନୀତିରୁ ସନ୍ୟାସ ନେବା ପରେ ଏବେ ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ କୁଆଡେ ସବୁଦିନ...

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୧।୩: ୯ ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି...

କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର,୨୧।୩: ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବ ଉପରେ ମୋହା ବାଜିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ...

ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ:  ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ 

ମୋହନା,୨୧।୩:(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେରେ ଗୁରୁବାର ରାତିଅଧରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଜବତ ବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image