ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ ସଚେତନତା ବାର୍ତ୍ତା ଲେଖା ଥିବା ରାଖୀ ଗଛରେ ବାନ୍ଧିଛନ୍ତି। ରକ୍ଷାବନ୍ଧନ ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ସୂଚାଇଥାଏ। ସେହିପରି ପୃଥିବୀ ତିଷ୍ଠି ରହିବା ପଛରେ ବୃକ୍ଷ ହିଁ ଗୁରୁତ୍ୱପୂର୍ଣ୍ଣ। ପରିବେଶ ସୁରକ୍ଷିତ ରହିଲେ ପୃଥିବୀ ସୁରକ୍ଷିତ ରହିବ। ପୃଥିବୀ ଏବଂ ବୃକ୍ଷ ମଧ୍ୟରେ ଅତୁଟ ସମ୍ପର୍କ ଯେତେ ସୁଦୃଢ଼ ହେବ ଏହା ମାନବ ସମାଜ ପାଇଁ ସେତେ ଶୁଭଙ୍କର ହେବ ବୋଲି ସ୍କୁଲ ପିଲା ମତପୋଷଣ କରିଛନ୍ତି। ଏବେ ଏହି ନିଆରା ରକ୍ଷାବନ୍ଧନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share