ଭୁବନେଶ୍ୱର,୯।୮(ବ୍ୟୁରୋ): ଏଥର ଅଗଷ୍ଟ ୧୫ ପରେଡ୍ରେ ଭାଗ ନେବେନି ସ୍କୁଲ୍ ଛାତ୍ରୀଛାତ୍ର। କେବଳ ଓଏସ୍ଏପି, ଓଡ୍ରାଫ୍ ଓ ବିଏସ୍ଏଫ ପରେଡ୍ରେ ସାମିଲ ହେବେ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ । ଅନ୍ୟପଟେ, ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ୍ ରିପୋର୍ଟ ନେଗେଟିଭ୍ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।