ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି ନାବାଳିକା ଛାତ୍ରୀଙ୍କ ମୁହଁରେ କେକ୍ ବୋଳିବାରୁ ଶିକ୍ଷକଙ୍କୁ ପୋକ୍ସୋ ଆଇନରେ ଗିରଫ କରାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆଲୋକ ସକ୍ସେନା ନାମକ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଜବରଦସ୍ତି ଘୋଷାଡ଼ି ତାଙ୍କ ମୁହଁରେ କେକ୍ ଲଗାଇଥିଲେ। କିନ୍ତୁ ଛାତ୍ରୀଙ୍କ ବିନା ଅନୁମତି ଶିକ୍ଷକ ଏଭଳି କରି ଥିବାରୁ ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଥାନାରେ। ୫୭ ବର୍ଷୀୟ ଅଭିଯୁକ୍ତଙ୍କୁ ଆଇପିସି ଦଫା ୩୫୪ ଓ ପୋକ୍ସୋ ଆଇନରେ ଗିରଫ କରାଯାଇଛି ବୋଲି ପୋଲିସର ଅତିରିକ୍ତ ସୁପ୍ରିଟେନଡେଣ୍ଟ ଡ. ସଂସାର ସିଂ କହିଛନ୍ତି। ତେବେ ସିଭିଲ ଲାଇନ୍ସରେ ଅଭିଯୁକ୍ତ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ କୋଚିଂ ସେଣ୍ଟରରେ ଗୁରୁ ଦିବସ ପାଳନ ବେଳେ ଏହି ଘଟଣା ଘଟିଥିଲା।