ଜାପାନର ଏକ ସ୍କୁଲ୍ରେ ଅଜବ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଶିକ୍ଷକ ପାଣି ଟାଙ୍କି ଖୋଲା ରଖିଥିବାରୁ ତାଙ୍କୁ ଜଳ ବିଭାଗକୁ ମୋଟା ଅଙ୍କର ବିଲ୍ ଦେବାକୁ ପଡ଼ିଛି।
ବିଲ୍ ଅନୁଯାୟୀ, ଟାଙ୍କିଟି ଜୁନ୍ ଶେଷରୁ ସେପ୍ଟେମ୍ବର ଆରମ୍ଭ ପର୍ଯ୍ୟନ୍ତ ଖୋଲା ଥିଲା। ଯେତେବେଳେ ବି ଜଳ ଯୋଗାଣ ହେଉଥିଲା, ସେତେବେଳେ ଏହା ଅଯଥା ଅପଚୟ ହେଉଥିଲା। କର୍ମଚାରୀମାନେ ଅନେକ ଥର ଟାଙ୍କି ବନ୍ଦ କରିଦେଇଥିଲେ, କିନ୍ତୁ ଅଭିଯୁକ୍ତ ଶିକ୍ଷକ ଏହାକୁ ପୁଣି ଖୋଲୁଥିଲେ।
ଖବର ଅନୁଯାୟୀ, ସୁଇମିଂ ପୁଲ୍ରେ ଜଳ କ୍ଲୋରାଇନ ଏବଂ ଫିଲ୍ଟରିଂ ମେଶିନ ମାଧ୍ୟମରେ କ୍ରମାଗତ ଭାବରେ ସଫା କରାଯାଏ, କିନ୍ତୁ ଅଜବ ଧାରଣା ଶିକ୍ଷକଙ୍କ ମନକୁ ଆସିଲା। ସେ ସୁଇମିଂ ପୁଲରେ ନୂତନ ଜଳ ଭରିବା ହେତୁ ଏଥିରେ କରୋନା ସଂକ୍ରମଣ ହେବ ନାହିଁ ଭାବିଥିଲେ। ଏହା ସ୍ଥାନୀୟ ଶିକ୍ଷା ବୋର୍ଡର ଜଣେ ଅଧିକାରୀ ଆକିରା କୋଜିରୀ କହିଛନ୍ତି ଯେ, ଅନେକ ଲୋକ ଏହି ଟାଙ୍କି ବନ୍ଦ କରିବାକୁ ଅନେକ ଥର ଆସୁଥିଲେ, କିନ୍ତୁ ଖୁବଶୀଘ୍ର ଅଭିଯୁକ୍ତ ଶିକ୍ଷକ ଏହାକୁ ଖୋଲି ଦେଉଥିଲେ। ୩ ମାସ ମଧ୍ୟରେ ପ୍ରାୟ ୪ ହଜାର ଟନ ପାଣି ଭର୍ତ୍ତି ହୋଇ ସୁଇମିଂ ପୁଲରେ ନିଷ୍କାସିତ ହେଲା। ଏକ ଆକଳନ ଅନୁଯାୟୀ, ସମୁଦାୟ ୧୧ଟି ସୁଇମିଂ ପୁଲ୍ ଏହି ପାଣିରେ ଭରାଯାଇପାରିବ।
ଜାପାନର ୟୋକୋସୁକା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩.୫ ମିଲିୟନ ୟେନ ବିଲ୍ ଅର୍ଥାତ୍ ୨୦ ଲକ୍ଷ ଟଙ୍କା ଦାବି କରାଯାଉଥିବାବେଳେ ଏହି ଜଳ ଅପଚୟ ସାମ୍ନାକୁ ଆସିଥିଲା। ଯାହାକୁ ଶିକ୍ଷକ ଏବଂ ୨ ସୁପରଭାଇଜର ମିଶିକି ଦେବାକୁ ପଡ଼ିବ।