Categories: ଜାତୀୟ

ଅଗଷ୍ଟ ୩୧ରୁ ଖୋଲିବ ସ୍କୁଲ: ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୨୦।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ମିଛ ଖବର ଦ୍ରୁତବେଗରେ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଉଛି ଯେ, ଅଗଷ୍ଟ ୩୧ଠାରୁ ଦେଶରେ ସ୍କୁଲ କଲେଜ ଖୋଲିବ ଲାଗି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ପ୍ରତି ରାଜ୍ୟର ମୁଖ୍ୟ ସଚିବଙ୍କ ପାଖକୁ ଚିଠି ଲେଖା ଯାଇଥିବା ଏହି ଖବରରେ କୁହାଯାଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ଏଭଳି ଖବର ପ୍ରଚାର କରାଯାଉଥିବା ନେଇ ଅଭିଯୋଗ ମିଳିବା ପରେ କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବିଭିନ୍ନ ଓ୍ବେବସାଇଟ୍‌ ସର୍ଚ୍ଚ କରାଯାଇଥିଲା। ଜଣାପଡ଼ିଥିଲା ଯେ, ପ୍ରତିରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯିବା ଖବର ସତ। ଏହି ଖବର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରକାଶ ପାଇଛି। ତେବେ ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଛି। ମାତ୍ର ସ୍କୁଲ ଖୋଲାଯିବା ପାଇଁ ନୁହେଁ ବରଂ ଏନେଇ ନେଇ ଅଭିଭାବକଙ୍କ ମତାମତ ଜାଣିବା ଲାଗି ଚିଠି ଲେଖା ଯାଇଛି। ଅଗଷ୍ଟ,ସେପ୍ଟେମ୍ବର ଅବା ଅକ୍ଟୋବର କେବେ ସ୍କୁଲ ଖୋଲିବ ସେନେଇ ଅଭିଭାବକଙ୍କଠାରୁ ମତ ଲୋଡ଼ାଯିବାକୁ ଚିଠିରେ କୁହାଯାଇଛି।

Share