ବଦଳିବ ସ୍କୁଲ ୟୁନିଫର୍ମ? ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୫।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।

ଏବେ କଡ଼ ଲେଉଟାଛି କ୍ଷମତା । ଭାଜପା ସରକାର କ୍ଷମତାକୁ ଆସିବା ପରେ ପୁଣି ଥରେ ସ୍କୁଲ ୟୁନିଫର୍ମକୁ ନେଇ ଉଠିଛି ପ୍ରଶ୍ନ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯଦି ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କୋଡର ରଙ୍ଗ କରାଯାଇଥାଏ ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ। ବିଭାଗ ସହିତ ଏନେଇ ଆଲୋଚନା ପରେ ସଠିକ ନିଷ୍ପତ୍ତି ନିଆଯିବ। ତେବେ ଏହାକୁ କାଉଣ୍ଟର କରିଛି ବିଜେଡି। ବିଜେଡି କହିଛି, ପ୍ରଭାବ ବିସ୍ତାର ପାଇଁ ନୂଆ ସରକାର ଯୋଜନା ବଦଳାଇ ଥାଆନ୍ତି ।

ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଗଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିବା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ। ନିର୍ବାଚନ ପରେ ସରକାର ବଦଳି ଯାଇଛି । ତେଣୁ ପୁଣି ଥରେ ହାଇସ୍କୁଲ ୟୁନିଫର୍ମ ପରିବର୍ତ୍ତନ ନେଇ ଚର୍ଚ୍ଚା


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri