ଭାଲୁ ପଶିଯିବାରୁ ସ୍କୁଲ ଛୁଟି

ନନ୍ଦାହାଣ୍ଡି/ପାପଡ଼ାହାଣ୍ଡି,୧୭।୭ (ପ୍ରତୀପ କୁମାର ଦାଶ/ ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲାରେ ଭାଲୁ ଆତଙ୍କ ଦେଖାଦେଇଛି। ବିଭିନ୍ନ କାରଣରୁ ଭାଲୁ ଏବେ ଜଙ୍ଗଲଛାଡ଼ି ଜନବସତି ମୁହାଁ ହେଉଛନ୍ତି। ସୋମବାର ବିଳମ୍ବିତ ରାତିରେ ପାପଡ଼ାହାଣ୍ଡି ଥାନାରେ ପଶି ଆତଙ୍କିତ କରିଥିବାବେଳେ ମଙ୍ଗଳବାର ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ସ୍କୁଲରେ ଭାଲୁ ପଶିଥିଲା। ଫଳରେ ବିଦ୍ୟାଳୟ ବନ୍ଦ କରିବାକୁ ପଡ଼ିଛି। ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲରେ ପାଚରି ନ ଥିବାରୁ ବାରମ୍ବାର ଭାଲୁ ପଶୁଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ପାଚେରି ନିର୍ମାଣ କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଦହଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍ଖେସ ତ୍ରିପାଠୀ ମଙ୍ଗଳବାର ସ୍କୁଲ ଖୋଲିବାବେଳେ ସେଠାରେ ଏକ ଭାଲୁ ଶୋଇଥିବା ଦେଖିଥିଲେ। ସେ ଘଟଣା ସମ୍ପର୍କରେ ଏବିଇଓ ହରିହର ବେହେରା ଏବଂ ବନ ବିଭାଗକୁ ଜଣାଇଥିଲେ। ଏବିଇଓଙ୍କ ନିର୍ଦ୍ଦେଶକ୍ରମେ କ୍ଲାସ ସସ୍‌ପେଣ୍ଡ କରାଯାଇ ପିଲାଙ୍କୁ ଘରକୁ ପଠାଯାଇଥିଲା। ଏହା ମଧ୍ୟରେ ବନପାଳ ରିତେଶ ସୁନା ବନରକ୍ଷୀମାନଙ୍କ ସହ ସ୍କୁଲ ପାଖରେ ପହଞ୍ଚତ୍ ଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସେଠାରେ ପହଞ୍ଚତ୍ ବନପାଳଙ୍କ ସହ ଭାଲୁକୁ ଧରିବା ନେଇ ଆଲୋଚନା କରିଥିଲେ। ଭାଲୁ ନିକଟସ୍ଥ ଏକ ବାଡ଼ ଭିତରେ ଶୋଇଥିବା ଜଣାପଡ଼ିବା ପରେ ବନପାଳ ରାପିଡ୍‌ ରେସ୍‌ପନ୍ସ ଟିମ୍‌କୁ ଜଣାଇଥିଲେ। ଏ. ମନୋଜ କୁମାର ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସହିତ ପହଞ୍ଚତ୍ ଭାଲୁକୁ ଆୟତ୍ତ କରିବାବେଳେ ଭାଲୁଟି ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଅନ୍ୟ ଉପାୟ ନ ପାଇ ଭାଲୁକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ଗଛ ଉପରୁ ଭାଲୁକୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ନବରଙ୍ଗପୁର ନିଆଯାଇଛି। ଭାଲୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ପରେ ତାକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ପାଚେରି ନ ଥିବାରୁ ସ୍କୁଲ ଭିତରେ ବାରମ୍ବାର ଭାଲୁ ପଶୁଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ସ୍କୁଲ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ତୁରନ୍ତ ପାଚେରି ତିଆରି ବ୍ୟବସ୍ଥା କରାଯିବ ବୋଲି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ କହିଛନ୍ତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ପରିସରରେ ସୋମବାର ବିଳମ୍ବିତ ରାତିରେ ଏକ ଭାଲୁ ଥାନା ପରିସରରେ ଦୀର୍ଘ ୪ ଘଣ୍ଟା ରହି କର୍ମଚାରୀମାନଙ୍କୁ ନାକେଦମ କରିଥିଲା। ଥାନା କର୍ମଚାରୀ ଭାଲୁକୁ ଦେଖି ଭୟଭୀତ ଅବସ୍ଥାରେ କବାଟ ବନ୍ଦ କରି ରହିଥିଲେ। ସୂଚନାନୁଯାୟୀ, ରାତ୍ର ପ୍ରାୟ ୧୦ଟାରେ ଏକ ଭାଲୁ ଝରିପୋକ ଖାଇବା ପାଇଁ ଥାନା ଭିତରେ ପଶିଯାଇଥିଲା। କର୍ମଚାରୀମାନେ ଭାଲୁକୁ ଦେଖି କବାଟ ବନ୍ଦ କରିଦେଇଥିଲେ। ସେମାନେ ଛାତ ଉପରେ ରହି ଭାଲୁଟିର ଗତିବିଧି ଉପରେ ନଜର ରଖିଥିଲେ। ପ୍ରାୟ ୪ ରୁ ୫ ଥର ଭାଲୁ ଥାନା ଭିତରେ ପଶିଥିଲା। କର୍ମଚାରୀମାନେ ପାଟି କରିବାରୁ ସେ ଚାଲିଯାଇ ପୁଣି ଥରେ ଫେରିଆସୁଥିଲା। ଶେଷରେ ଥାନାର ପ୍ରବେଶ ଦ୍ୱାର ବନ୍ଦ କରିବାରୁ ଭାଲୁଟି ତହସିଲ କାର୍ଯ୍ୟାଳୟ ଭିତରେ ପଶିଥିଲା। ତହସିଲ କାର୍ଯ୍ୟାଳୟ କାନ୍ଥ ଡେଇଁ ପୁଣି ଥାନା ଭିତରେ ପଶି ଝରିପୋକ ଖାଇ ରାତି ପ୍ରାୟ ୨ଟାରେ ଜଙ୍ଗଲ ଆଡ଼କୁ ଯାଇଥିଲା ବୋଲି ଜଣାପାଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri