Categories: ଫୁରସତ

ଲକି ଡ୍ରରୁ ମିଳିଥିବା ୮୨ ଲକ୍ଷ ଟଙ୍କାରେ ଗାଁରେ ସ୍କୁଲ କରିବେ

ୱାଶିଂଟନ: ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ୍‌ ବହୁତ ଟଙ୍କା ମିଳିଯାଏ, ତେବେ ସେ କ’ଣ କରିବେ? ଏହା ସାଧାରଣ କଥା ଯେ ସେ ତାଙ୍କ ଜରୁରୀ କାମରେ ଖର୍ଚ୍ଚ କରିବେ। ନିକଟରେ ଜଣେ ବ୍ୟକ୍ତି ଲକି ଡ୍ର ମାଧ୍ୟମରେ ୮୨ ଲକ୍ଷ ଟଙ୍କା ଜିତିଲେ। ହେଲେ ସେ ସେହି ଟଙ୍କାକୁ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ ନ କରି ଗାଁରେ ଏକ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମ ଆମେରିକାର ମାଲି ଦେଶରେ ଏପରି ଘଟଣା ଦେଖିବାକୁ ମିଳିଛି। ନିକଟରେ ସୋଲେମନ ସନା ୧,୦୦,୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮୨ ଲକ୍ଷରୁ ଅଧିକ ଟଙ୍କା ଲକି ଡ୍ରରେ ଜିତିଛନ୍ତି। ତାଙ୍କୁ ଯେତେବେଳେ ଏହି ଟଙ୍କା ବାବଦରେ ପଚରାଗଲା, ସେତେବେଳେ ସେହି ଟଙ୍କାକୁ ସେ ଗାଁ ପାଇଁ ଖର୍ଚ୍ଚ କରିବେ। ଗାଁରେ ପିଲାଙ୍କ ପାଇଁ ସ୍କୁଲ ନାହିଁ। ସେମାନଙ୍କ ପାଇଁ ସ୍କୁଲ କରିବାକୁ ସେ ଏହି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ। ମାଲିରେ ପିଲାଙ୍କ ପାଇଁ ଅଧିକ କକ୍ଷ ତିଆରି ପାଇଁ ସେ ପୂର୍ଣ୍ଣ ସହଯୋଗ କରନ୍ତି। ଏଥର ସମସ୍ତ ଟଙ୍କା ସେଠାରେ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ତାଙ୍କୁ ଏଥିରେ ବହୁତ ଖୁସି ମିଳିବ। ସେ ତାଙ୍କ ଦେଶର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଏକ ସଂଗଠନ ମଧ୍ୟ କରିଛନ୍ତି। ଏହା ତାଙ୍କର ସ୍ବପ୍ନ ଥିଲା। ଏଥିପାଇଁ ସେ ଲଟେରି ଟିକେଟ କିଣୁଥିଲେ। ସେ ଆଶା ରଖିଥିଲେ ଯେ ପିଲାଙ୍କ ପାଇଁ ତାଙ୍କୁ ଏହି ଲକି ଡ୍ର ମାଧ୍ୟମରେ କିଛି ସାହାଯ୍ୟ ମିଳିଯିବ। ରିପୋର୍ଟ ମୁତାବକ, ୩୯ ବର୍ଷୀୟ ସନା ଜଣେ ଡ୍ୟାନ୍ସ ଟ୍ରେନର ହୋଇଥିବାବେଳେ ଉତ୍ତର କାଲିଫର୍ନିଆର ପଶ୍ଚିମ ନ୍ୟୁ ବର୍ନରୁ ଏକ ଲଟେରି ଟିକେଟ କିଣିଥିଲେ। ସେ ମାଲିରେ ପିଲାଙ୍କୁ ନୃତ୍ୟ ମଧ୍ୟ ଶିଖାନ୍ତି। ସେ ପିଲାଙ୍କୁ ଶିକ୍ଷା ଦେବା ସହିତ ସେମାନଙ୍କ ପାଇଁ ଏକ ନୃତ୍ୟ କେନ୍ଦ୍ର କରିବାକୁ ମଧ୍ୟ ସେହି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି।

Share