Categories: ଜାତୀୟ

ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୨୬।୬: ରାଜଧାନୀ ଦିଲ୍ଲୀରେ ପୁଣିଥରେ ସ୍କୁଲ ଖୋଲିବାକୁ ନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଅଧିକାରୀମାନଙ୍କ ସହ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ଲକ୍‌ଡାଉନ ସମୟରେ ବିଭିନ୍ନ ମାଧ୍ୟମରେ କିପରି ଶିକ୍ଷାଦାନ କରାଯାଉଥିଲା ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ଶ୍ରେଣୀ ପାଇଁ କିପରି ବିଶେଷ ଭାବେ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାପରେ ଏବେ ଦିଲ୍ଲୀରେ କରୋନା ସ୍ଥିତିକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଏବେ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ବେଳେ ଆଗାମି ଦିନରେ ଏହା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଯେପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ନ ଆସିଛି ସେ ପର୍ଯ୍ୟନ୍ତ ଲୋକଙ୍କ ମନରୁ କରୋନା ଚିନ୍ତା ଦୂରେଇବା କଷ୍ଟକର ବ୍ୟାପାର।

Share