ସେପ୍ଟେମ୍ବର ୧ରୁ ଖୋଲିବନି ସ୍କୁଲ, ହାଇକୋର୍ଟ ଲଗାଇଲେ ରୋକ…

ହାଇଦ୍ରାବାଦ୍‌,୩୧।୮: ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ତେଲେଙ୍ଗାନା ହାଇକୋର୍ଟ ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସରକାର ସ୍କୁଲ କଲେଜ ସହିତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ। ତେବେ ରାଜ୍ୟରେ ମହାମାରୀର ସାମ୍ପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଏମ୍‌ଏସ୍‌ ରାମଚନ୍ଦର ଏବଂ ବିଚାରପତି ବିନୋଦ କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।

ଜଣେ ଅଭିଭାବକ ବାଲା କୃଷ୍ଣ ମଣ୍ଡପାତି ସରକାରଙ୍କ ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିବା ସହିତ ସ୍କୁଲ୍‌ ଖୋଲିବା ଆଦେଶ ଫେରାଇ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Share