୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲିବନି ସ୍କୁଲ

ଲକ୍ଷ୍ନୌ, ୨୧।୯: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୌଣସି ସ୍କୁଲ କଲେଜ ଖୋଲିବନି। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍କୁଲ କଲେଜର ୫୦ ପ୍ରତିଶତ ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ଶିକ୍ଷାଦାନ ପାଇଁ ଡକାଯିବାର ଆଶା ରହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍‌ଲକ୍‌ ପ୍ରକ୍ରିୟା ୪ରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସେପ୍ଟେମ୍ବର ୨୧ରୁ ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯିବା ନିମନ୍ତେ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ରାଜ୍ୟ ସ୍ଥିତି ଏବେ ବି ସୁଧୁରିନି। ତେଣୁ ସ୍କୁଲ କଲେଜ ଖୋଲା ଯିବାର ସମ୍ଭାବନା ନାହିଁ। ସୂଚନାଯୋଗ୍ୟ, ହରିୟାଣା, ଜମ୍ମୁ-କଶ୍ମୀର, ବିହାର, ହିମାଚଳପ୍ରଦେଶ, ଗୁଜରାଟରେ ସେପ୍ଟେମ୍ବର ୨୧ ଠାରୁ ସ୍କୁଲ ଖୋଲଯିବକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ତେବେ କାହାକୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଛାତ୍ରୀଛାତ୍ରମାନେ ସ୍ବଇଛାରେ ଅଭିଭାବକଙ୍କ ଅନୁମତି ପତ୍ର ନେଇ ସ୍କୁଲ ଆସିବାକୁ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଥିଲେ।

Share