ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !

ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡେ ସୂଚନା ଦେଇଛନ୍ତି। ଦୀପାବଳି ନଭେମ୍ବର ୧୪ରେ ପଡୁଛି। ଏହା ପରେ ସ୍ଥିିତିକୁ ଦୃଷ୍ଟିରେ ରଖି ବିଚାର କରାଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ମାର୍ଚ୍ଚ ୧୬ଠାରୁ ସମସ୍ତ ସ୍କୁଲ ବନ୍ଦ ରହିଛି। କେନ୍ଦ୍ର ସରକାର ଅକ୍ଟୋବର ୧୫ଠାରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ। ମାତ୍ର ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗ ଜନକ ରହିଛି। ତେଣୁ ସ୍କୁଲ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅଭିଭାବକମାନେ ମଧ୍ୟ ସ୍କୁଲ ଖୋଲିବା ସପକ୍ଷରେ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୧୭ ହଜାର ୪୩୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ୪୦ ହଜାର ୪୦ ଛୁଇଁଛି।

Share