Advertisement

ଅଭିଭାବକଙ୍କୁ ଆଶ୍ୱସ୍ତି, କରୋନା କମିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୫।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦିଲ୍ଲୀର ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ କମ୍‌ ହୋଇନାହିଁ ସେ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲାଯିବ ନାହିଁ। ତାଙ୍କ ବକ୍ତବ୍ୟ ଆରମ୍ଭରେ ସେ ସମସ୍ତଙ୍କୁ ସ୍ବାଧିନତା ଦିବସର ଶୁଭକାମନା ଜଣାଇଥିଲେ। ଏହାସହ ଆଜିର ଦିନରେ ସେ ସମସ୍ତ ଶହୀଦ ବୀରଙ୍କୁ ମନେ ପକାଇଥିଲେ। ଯେଉଁମାନେ ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇଥିଲେ ଓ ଆଜି ପର୍ଯ୍ୟନ୍ତ ଯେଉଁମାନେ ସୀମାରେ ରହି ଦେଶକୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସମସ୍ତଙ୍କ ବଳିଦାନକୁ ଦେଶ ସବୁବେଳେ ମନେ ରଖିବ ବୋଲି କେଜରିଓ୍ବାଲ କହିଥିଲେ। କରୋନା ମହାମାରୀକୁ ନେଇ କେଜରିଓ୍ବାଲ କହିଥିଲେ ରାଜଧାନୀ ଦିଲ୍ଲୀରେ ଏବେ ପାଖାପାଖି ୭୫୦ କରୋନା ରୋଗୀ ସୁସ୍ଥ ହୋଇ ପ୍ଲାଜମା ଦାନ କରି ସାରିଲେଣି। ତେଣୁ ଆଗକୁ ମଧ୍ୟ ଆମେ ଏହି ମହାମାରୀଠାରୁ ବିଜୟ ଲାଗ କରିବା ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share