୫-ଟି ସ୍କୁଲ ପ୍ରାଙ୍ଗଣ ଜଳାର୍ଣ୍ଣବ

ଜମନକିରା,୩।୮(ରବୀନ୍ଦ୍ର ଦାନି): ରାଜ୍ୟ ସରକାର ସ୍କୁଲଗୁଡ଼ିକ ୫-ଟି ଅଧୀନରେ ରୂପାନ୍ତରଣ ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ରୂପାନ୍ତରଣ ପରେ ପ୍ରଶାସନ ଏହାକୁ ଅଣଦେଖା କରୁଛି। ଏଭଳି ସମସ୍ୟା ଯୋଗୁ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବା ବେଳେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ବଲପୁର ଜିଲା ଜମନକିରା ବ୍ଲକ ଫାଶୀମାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

୧ ବର୍ଷ ତଳେ ୫-ଟି ଅଧୀନରେ ସ୍କୁଲର ରୂପାନ୍ତରଣ କରାଯାଇଥିଲା। ହେଲେ ଡ୍ରେନ୍‌ ସୁବିଧା କରାଯାଇ ନ ଥିବାରୁ ଲଗାଣ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ ହୋଇପଡିଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍କୁଲ ପାଚେରି ଓ ଗଛଲତା ନଷ୍ଟ ହେବା ସମ୍ଭାବନା ରହିଛି। ଏହି ସମସ୍ୟା ନେଇ ଗତବର୍ଷ ଲୋକେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କୁ ପଚାରିବାରୁ ସେ ଖୁବ୍‌ଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବେ ବୋଲି କହିଥିଲେ।

Share