ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ଶିକ୍ଷା କମିଟି: ଫେରିଗଲେ ପ୍ରଧାନ ଶିକ୍ଷକ

କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ
ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରା ନ ଦେବାରୁ ନିରାଶ ରେ ଫେରି ଯାଇଛନ୍ତି। ଶିକ୍ଷା କମିଟି ସଭାପତି ଗୋପାଳ ସାହୁଙ୍କ ନେତୃତ୍ବରେ ସୋମବାର ଏକ ଗଣଧାରଣା ଦିଆଯାଇଛି।

ଉକ୍ତ ବିଦ୍ୟାପୀଠପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତି କପିଳେଶ୍ୱର ହାଇସ୍କୁଲରୁ ଜବାହର ଉଚ୍ଚ ବିଦ୍ୟାପୀଠକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଛନ୍ତି। ସୋମବାର ପ୍ରଧାନ ଶିକ୍ଷକ ଉକ୍ତ ପଦ୍ୟାପୀଠକୁ ଯୋଗଦାନ କରିବାକୁ ଆସିଥିଲେ। ଶିକ୍ଷା କମିଟି ସଭାପତିଙ୍କ ନେତୃତ୍ୱରେ ସ୍କୁଲ ସମ୍ମୁଖରେ ତାଲା ପକାଇ ଗଣ ଧାରଣାରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସି ଥିବାରୁ ନିରାଶରେ ଫେରି ଯାଇଛନ୍ତି।

ତିନି ବର୍ଷ ତଳେ ଜିଲାଶିକ୍ଷା ଅଧିକାରୀ, କଳାହାଣ୍ଡି କନ୍ତେସିର ହାଇସ୍କୁଲକୁ ଡେପୁଟେସନରେ ପଠାଇଥିଲେ। ବର୍ତମାନ ଜିଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା 6389/ 07-10-2024 ଅନୁଯାଇ ରାଉତ ପୁଣିଥରେ ବିଦ୍ୟାଳୟକୁ ଆସିବା ପାଇଁଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଆଦେଶକୁ ଉକ୍ତ ସ୍କୁଲ ପରିଚାଳନା କମିଟି ନ ମାନି ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କୁ ଫେରାଇ ଦେଇଥିଲେ। ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଗଣଧାରଣା ଦେଇଛନ୍ତି।

ଏ ସଂକ୍ରାନ୍ତରେ ଶିକ୍ଷା କମିଟି ସଭାପତି ଗୋପାଳ ସାହୁଙ୍କୁ ପଚାରିବାରୁ ପୂର୍ବତନ ପ୍ରଧାନ ଶିକ୍ଷକ ଦୁର୍ନୀତି କରୁଥିଲେ ବୋଲି ପ୍ରକାଶ କରିଥିଲେ। ଏ ନେଇ ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତ ଙ୍କୁ ପଚାରିବାରୁ ମୁଁ କୌଣସି ଦୁର୍ନୀତି କରି ନାହିଁ,ମୋତେ କନ୍ତେଶିର ହାଇ ସ୍କୁଲକୁ ଡେପୁଟେସନ ରେ ପଠାଇ ଥିଲେ। ତାକୁ ବାତିଲ କରି ପୁଣି ମୋତେ ଉକ୍ତ ସ୍କୁଲରେ ଯୋଗଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ଶିକ୍ଷା କମିଟି ସଭାପତି ଗ୍ରହଣ ନ କରି ତାଲା ପକାଇ ସ୍କୁଲ କୁ ବନ୍ଧ ରଖିଛନ୍ତି। ଏ ନେଇ ଇନଚାର୍ଜ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ମୋତେ ଶିକ୍ଷା କମିଟି ତାଲା ଖୋଲିବା ପାଇଁ ମନା କରି ଲିଖିତ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

Share