ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରଙ୍କ ପକ୍ଷରୁ ରାଜ୍ୟରେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ତାହାର ନିଷ୍ପତ୍ତି ଏପ୍ରିଲ୍ ୧୫ରେ ପରେ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। କୁଲ୍ଳୁ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଘନେଇ ଆସୁଥିବା କରୋନା ସଙ୍କଟ ଯୋଗୁ ଚିନ୍ତା ପ୍ରକାଶ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ଉପରେ ଏକ ସପ୍ତାହ ପରେ ସମୀକ୍ଷା କରାଯିବ। ଏହା ପରେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।