ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର,୧ା୭(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବେଳକୁ ବେଳ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଲକ୍‌ଡାଉନ-୫ ପରେ ରାଜ୍ୟ ସରକାର ଜୁନ୍‌ ୧ତାରିଖରୁ କଟକଣା କୋହଳ କରିଥିଲେ। ଅନ୍‌ଲକ୍‌-୧ର ଅବଧି ଜୁନ୍‌ ୩୦ରେ ଶେଷ ହେଉଛି। ସୋମବାର କେନ୍ଦ୍ର ସରକାର ଜୁଲାଇ ପହିଲାରୁ ୩୧ପର୍ଯ୍ୟନ୍ତ କେତେକ ନିର୍ଦ୍ଦେଶନାମା ସହ ଅନ୍‌ଲକ୍‌-୨ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ମଙ୍ଗଳବାର ଅନ୍‌ଲକ୍‌-୨ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି।
୫୦ରୁ ଅଧିକ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲାକୁ ଜୋନ୍‌-୧ରେ ରଖାଯାଇଛି। ସେହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା। ଅନ୍‌ଲକ୍‌-୧ରେ ଥିବା  କେନ୍ଦ୍ରାପଡ଼ାଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପୂର୍ବ ଭଳି ସପ୍ତାହ ଶେଷ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ତେବେ ସଂକ୍ରମିତ ଅଞ୍ଚଳରୁ ଯାନବାହନ ଚଳାଚଳ ଉପରେ ସ୍ଥାନୀୟ କର୍ତ୍ତୃପକ୍ଷ କଟକଣା ଜାରି କରିପାରିବେ। ପ୍ରବାସୀଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ଅବଧି ୧୪ ଦିନ ମଧ୍ୟରେ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ପ୍ରଶାସନ ଏହି ନିୟମ ପାଳନ କରିବେ। ପରିସ୍ଥିତିରେ ସୁଧାର ଆସି ନ ଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶିକ୍ଷାଦାନ ବନ୍ଦ ରହିବ। ମାତ୍ର କାର୍ଯ୍ୟାଳୟ ଖୋଲାରହିବା ସହ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଚାଲୁରହିବ। ରାତ୍ରିକାଳୀନ କର୍ଫ୍ୟୁରେ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କରାଯାଇଥିଲା। ଜୁଲାଇ ପହିଲାରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। ତେବେ ଏହି ସମୟରେ ସମସ୍ତ ଜରୁରୀ ସେବା ପ୍ରଦାନକାରୀ ଯାନବାହନ ଓ କର୍ମଚାରୀଙ୍କୁ କଟକଣାରୁ ବାଦ୍‌ ଦିଆଯାଇଛି। ଅନ୍‌ଲକ୍‌-୨ରେ ଶପିଂମଲ୍‌ଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶପିଂମଲ୍‌ଗୁଡ଼ିକ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଖୋଲାଯାଇପାରିବ। ରେଷ୍ଟୁରାଣ୍ଟ ଓ ଢାବା ଖୋଲାରହିବ। କେବଳ ଖାଦ୍ୟ ପାର୍ସଲ ଦିଆଯାଇ ପାରିବ ବୋଲି ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେହିପରି ସିନେମା ହଲ୍‌, ଥିଏଟର, ଜିମ୍‌ ପୂର୍ବଭଳି ବନ୍ଦ ରହିବ। ଧାର୍ମିକ ସ୍ଥଳ ଖୋଲିବ ନାହିଁ। ସାମାଜିକ, ରାଜନୈତିକ ସମାଗମକୁ ମଧ୍ୟ ବାରଣ କରାଯାଇଛି। କ୍ରୀଡ଼ା କିମ୍ବା ଅନ୍ୟ କୌଣସି ପ୍ରକାର ସମାବେଶକୁ ଜୁଲାଇ ୩୧ଯାଏ ନିଷେଧ କରାଯାଇଛି। କୋଭିଡ୍‌ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କୋଭିଡ୍‌ କମିଟି ଗଠନ ହେବ। ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ଖୋଲାଯିବ। କୋଭିଡ୍‌ କେୟାର ହୋମ୍‌ ଦାୟିତ୍ୱରେ ସରପଞ୍ଚମାନେ ରହିବେ। କ୍ୱାରାଣ୍ଟାଇନ ନିୟମ ଶତପ୍ରତିଶତ ପାଳନ କରିବା ପାଇଁ ସରପଞ୍ଚ ଓ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଏହି ମହାମାରୀ ବିଷୟରେ ଅଧିକ ସଚେତନ କରାଯିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ହେବ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ ସହନଶୀଳତା (ଜିରୋ ଟଲରାନ୍‌ସ) ନୀତି ଅବଲମ୍ବନ କରାଯିବ। କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ କରୁ ନ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପେଟ୍ରୋଲ ପମ୍ପ, ଛାପା ଗଣମାଧ୍ୟମ କଟକଣା ମୁକ୍ତ ରହିବେ। ଶିଳ୍ପ ଓ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କଟକଣା ମୁକ୍ତ କରାଯାଇଛି। ରାଜ୍ୟରେ କ୍ୱାରାଣ୍ଟାଇନ ସେଣ୍ଟର ସଂଖ୍ୟା କମାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶ୍ୟକ କାର୍ଯ୍ୟକଳାପଗୁଡ଼ିକୁ କଟକଣା ମୁକ୍ତ କରାଯାଇଛି। ନିର୍ମାଣ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ ଚାଲୁରହିବ। ରାଜ୍ୟକୁ ସଂକ୍ରମିତ ଅଞ୍ଚଳରୁ ଯେପରି ଅଧିକ ବିମାନ କିମ୍ବା ଟ୍ରେନ୍‌ ନ ଆସିବ ସେ ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। କରୋନା ମୁକାବିଲା ସହ ଅର୍ଥନୈତିକ ବ୍ୟବସ୍ଥାକୁ ସମ୍ଭାଳିବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri