ଫେବୃୟାରୀ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ, ୨୭।୧: ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସ୍କୁଲ କଲେଜକୁ କଲେଜକୁ ଜାନୁୟାରୀ ୧୬ରୁ ୨୩ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ କରାଯିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାପରେ ଏହାକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନିର୍ଦ୍ଦେଶ ଜାରି ହୋଇଥିଲା।

ଏବେ ଏହାକୁ ପୁଣି ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥିତିରେ ସୁଧାର ପରେ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପୂର୍ବପରି ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସେମିଷ୍ଟର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅନୁମତି ମିଳିବା ପରେ ସେମିଷ୍ଟର ପରୀକ୍ଷା କରାଯିବବୋଲି ସରକାରୀ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି।

Share