ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…

ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରେ ରବିବାର ଏହାକୁ ପୁଣି ବଢ଼ାଇ ଦିଆଯାଇଛି।

ଶନିବାର ରାଜ୍ୟରେ ଦୈନିକ ସଂକ୍ରମଣ ୧୫ ହଜାରରୁ ଅଧିକ ଥିଲା। ସେହିପରି ରାଜ୍ୟରେ ସକ୍ରିୟ ସଂଖ୍ୟା ୯୫ ହଜାରରୁ ଅଧିକରେ ପହଞ୍ଚିଛି। ଶୁକ୍ରବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୬ ହଜାର ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ରାଜ୍ୟରେ ୨୨,୫୯,୨୬,୮୨୯ ଜଣଙ୍କୁ ଟିକାକରଣ କରାଯାଇଛି। ସେଥିମଧ୍ୟରେ ୧୩,୬୩,୬୭,୨୧୨ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।

Share