Categories: ଜାତୀୟ

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି। ବିଶେଷକରି ଚଣ୍ଡିଗଡ଼ରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କୁ ଭୟଭୀତ କରାଇବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ-୧୯ର ବଢ଼ୁଥିବା ସଂକ୍ରମଣକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏଥିରେ ଅଧିକ ସଂକ୍ରମିତ ୧୧ ଜିଲାରେ ରାତି ୯ଟାରୁ କଫ୍ୟୁ ଲାଗୁ କରାଯାଇଛି। ଏହାଛଡ଼ା ମେଡିକାଲ କଲେଜ ବ୍ୟତିତ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ହଜାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ପଞ୍ଜାବର ୧୧ ଜିଲାରୁ ପ୍ରତ୍ୟେହ ଶହେରୁ ଅଧିକ ମାମଲା ଆସୁଛି।

Share