Categories: ଜାତୀୟ

ଏସବୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା

ନୂଆଦିଲ୍ଲୀ,୬ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମାମଲା ବୃଦ୍ଧି ମଧ୍ୟରେ ଉତ୍ତରପ୍ରଦେଶ ବିହାର, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ସମେତ ଅନେକ ରାଜ୍ୟ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ଜାନୁୟାରୀ ୧୫ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ବେଳେ ବିହାର ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଶିଶୁମାନଙ୍କର ଟିକାକରଣ ଏବଂ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜ୍ୟ ଘୋଷଣା କରିଛି। ୯ମରୁ ଯୁକ୍ତ ୨ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତିବନ୍ଧକ ସହିତ ଅଫ୍‌ଲାଇନ କ୍ଲାସ୍‌କୁ ଅନୁମତି ଦିଆଯାଇଛି। ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରଥମରୁ ୮ମ ଶ୍ରେଣୀ ପାଇଁ, ଅନ୍‌ଲାଇନ କ୍ଲାସ ପୁଣି ଆରମ୍ଭ ହେବ। ଏହି ପ୍ରତିବନ୍ଧକଗୁଡ଼ିକ ଜାରୁୟାରୀ ୬ରୁ ୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଉତ୍ତରପ୍ରଦେଶରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିଛି। ପୂର୍ବରୁ ଅଫଲାଇନ କ୍ଲାସ ପ୍ରଥମରୁ ୮ମ ଶ୍ରେଣୀ ପାଇଁ ବନ୍ଦ ରହିଥିଲା। କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୪ ଜାନୁୟାରୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି।

Share