Categories: ଜାତୀୟ

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍‌ ବନ୍ଦ

ଲକ୍ଷ୍ନୌ,୨୮ା୮: ଉତ୍ତରପ୍ରଦେଶ ମୁଜାଫରପୁରର ଯେଉଁ ସ୍କୁଲ୍‌ର ଶିକ୍ଷୟିତ୍ରୀ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀମାନଙ୍କ ଦ୍ୱାରା ମାଡ଼ ମରାଇଥିଲେ, ତାହାକୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଶିକ୍ଷା ବିଭାଗ ଏନେଇ ସ୍କୁଲ୍‌ ପରିଚାଳନା କମିଟିକୁ ନୋଟିସ୍‌ ପଠାଇଛି। ଇତିମଧ୍ୟରେ ଉକ୍ତ ସ୍କୁଲ୍‌ର ପିଲାମାନଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ସେମାନଙ୍କୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ପାଖ ସ୍କୁଲ୍‌ରେ ନାମ ଲେଖାଇଛନ୍ତି।

ନେହା ପବ୍ଲିକ୍‌ ସ୍କୁଲ୍‌ର ଶିକ୍ଷୟିତ୍ରୀ ତ୍ରିପ୍ତ ତ୍ୟାଗୀ ଜଣେ ୭ ବର୍ଷର ମୁସଲମାନ ଛାତ୍ରଙ୍କୁ ମାଡ଼ ମାରିବା ପାଇଁ ଅନ୍ୟ ପିଲାମାନଙ୍କୁ କହୁଥିବାର ଭିଡିଓ ଭାଇରାଲ ପରେ ଉତ୍ତେଜନା ଦେଖାଦେଇଥିଲା। ଦ୍ୱିତୀୟ ଶ୍ରେଣୀର ଉକ୍ତ ଛାତ୍ରଙ୍କୁ ସହପାଠୀମାନେ ପାଳି କରି ଚାପୁଡ଼ା ମାରି ଚାଲିଥିବାବେଳେ ଶିକ୍ଷୟିତ୍ରୀ ସେମାନଙ୍କୁ ଜୋର୍‌ରେ ମାରିବା ପାଇଁ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଥିଲା। ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share