Categories: ଜାତୀୟ

ବର୍ଷାରେ ପୁଣି ବେହାଲ ରାଜଧାନୀ; ନୋଏଡାର ସମସ୍ତ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୨୬।୭: କିଛି ଦିନର ବ୍ୟବଧାନରେ ପୁଣି ଦିଲ୍ଲୀ-ଏନ୍‌ସିଆର୍‌କୁ ଫେରିଛି ବର୍ଷା। ବୁଧବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ନର୍ସରୀଠାରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ନୋଏଡା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

କହିରଖୁଛୁ ଯେ, ନୋଏଡା ଏବଂ ଦିଲ୍ଲୀରେ ସକାଳ ୫ଟାରୁ ବର୍ଷା ହେଉଛି। କିଛି ଘଣ୍ଟା ମଧ୍ୟରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ବେଳେ ରାସ୍ତାରେ ପାଣିର ସୁଅ ଛୁଟିଛି। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା ହୋଇଛି।

Share