Categories: ଜାତୀୟ

ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି । ଏହାସହ ସମସ୍ତ କାର୍ଯ୍ୟାଳୟ ବି ୧୦୦ ପ୍ରତିଶତ କ୍ଷମତାରେ ଚାଲିବ । ଅନ୍ୟପଟେ ଦିଲ୍ଲୀରେ ରାତି କର୍ଫ୍ୟୁର ସମୟ ସୀମାକୁ ଆଉ ଏକ ଘଣ୍ଟା କମାଇ ଦେଇ ଏହା ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କରି ଦିଆଯାଇଛି । ଏପଟେ ସମସ୍ତ ରେସ୍ତୋରାଁ ରାତି ୧୧ ପର୍ଯ୍ୟନ୍ତ ଖୋଲାଯାଇ ପାରିବ । ଜିମ୍‌, ସ୍ପା ମଧ୍ୟ ୧୦୦ ପ୍ରତିଶତ କ୍ଷମତରେ ଚାଲି ପାରିବ । ଶୁକ୍ରବାର ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିପତ୍ତି ପ୍ରବନ୍ଧନ ପ୍ରାଧିକରଣ(ଡିଡିଏମ୍‌ଏ)ର ବୈଠକରେ ନିର୍ଣ୍ଣୟ ନିଆଯାଇଛି ।

Share