୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ପୃଥିବୀର ୧୮୦ ଦେଶରେ ୬୦ ସପ୍ତାହ ଅର୍ଥାତ୍‌ ୧୫ ମାସ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ରହିଛି। ଏହା ଯୋଗୁ ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଅନ୍‌ଲାଉନ୍‌ରେ ପାଠପଢ଼ା କରାଯାଉଥିଲେ ମଧ୍ୟ ଏହା ଅଫଲାଇନ୍‌ ଶିକ୍ଷାଦାନ ସହିତ ସମାନ ହୋଇପାରିନାହିଁ। ଜୁଲାଇ ମାସ ଆରମ୍ଭରେ ପୃଥିବୀର ୧୭୦ ଦେଶରେ ସ୍କୁଲ ଖୋଲା ଯାଇଛି। ଇତିମଧ୍ୟରେ ୫୧ଟି ଦେଶରେ କରୋନା ମାର୍ଗଦର୍ଶିକା ପାଳନ ସହିତ ସ୍କୁଲ୍‌ ସମ୍ପୂର୍ଣ୍ଣ ଖୋଲା ଯାଇଛି। ସେହିପରି ୯୦ଟି ଦେଶରେ ଆଶିଂକ ଭାବେ ସ୍କୁଲା ଖୋଲାଯାଇଛି। ଏବେ ଭାରତରେ ସ୍କୁଲ ଖୋଲାଯିବା ପ୍ରକ୍ରିୟା ନେଇ ବିଭିନ୍ନ ରାଜ୍ୟରେ ଜାରି ରହିଛି। କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଏବେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ଯିବାକୁ ପଡ଼ିବ।

Share