Categories: ଖେଳ

ସ୍କୁଲ୍ସ ଓପନ୍‌ ଚେସ୍‌: ସତ୍ୟମ୍‌ ଚାମ୍ପିୟନ

ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ବିଜେଇମ୍‌ ସ୍କୁଲ-୧ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ଆୟୋଜିତ ସ୍କୁଲ୍ସ ଓପନ ଚେସ୍‌ରେ କଟକ ଗୁରୁନାନକ ପବ୍ଲିକ ସ୍କୁଲର ସତ୍ୟମ ସ୍ବରୂପ ସାହୁ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସତ୍ୟମ ପୂରା ୫ ପଏଣ୍ଟ ପାଇଛନ୍ତି। ବିଜେଇଏମ୍‌ ସ୍କୁଲ-୧ର ଭିନିତ ନାୟକ ଓ ୟୁନିଟ-୮ ଡିଏଭିର ତନୁଶ ସାହୁ ୪.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବସ୍ତିକ ରଞ୍ଜନ ସାହୁ, ଆଦିତ୍ୟ ଜେନା, ନମସ୍ୟ ନଳିନୀ, ଅର୍ନବ ମହାନ୍ତି, ସାଇ ବିଦ୍ୟାଶ୍ରୀ, ସତ୍ୟମ୍‌ ଓଝା ଓ ସ୍ବସ୍ତିକ ପଟ୍ଟନାୟକ ଟପ୍‌-୧୦ରେ ରହିଛନ୍ତି।

୭, ୯, ୧୧ ଓ ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୭ ଜଣ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୫ ବର୍ଷୀୟ ଜୀବିତେଶ ପାତ୍ର ପ୍ରତିଯୋଗିତାର ସର୍ବକନିଷ୍ଠ ଖେଳାଳି ଥିଲେ। ବିଜେଇଏମ୍‌ ସ୍କୁଲ-୧ ପ୍ରିନ୍ସିପାଲ ସନ୍ଧ୍ୟା ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭାଇସ୍‌ ପ୍ରିନ୍ସିପାଲ ପଲ୍ଲବୀ ମହାପାତ୍ର, କ୍ରୀଡ଼ା ବିଭାଗ ମୁଖ୍ୟ ସରୋଜ କୁମାର ସାହୁ, ସିନିୟର ପିଇଟି ସତ୍ୟନାରାୟଣ ସାହୁ, ପିଇଟି ରୀନା ଶତପଥୀ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

 

Share