Categories: ଖେଳ

ସ୍କୁଲ୍ସ ଓପନ ଚେସ୍‌: ଉଦୟକାନ୍ତ ଚାମ୍ପିୟନ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ୍ସ ଓପନ ଚେସ୍‌ରେ ଶାନ୍ତନୁ ଇଏମ୍‌ ସ୍କୁଲର ଉଦୟକାନ୍ତ ନାୟକ ଚାମ୍ପିୟନ ହୋଇଛନ୍ତି। ସେ ୪.୫ ପଏଣ୍ଟ ପାଇଛନ୍ତି। କେଦାରଗୌରୀ ସେଣ୍ଟ ଜାଭିୟର ସ୍କୁଲର ନମସ୍ୟ ନଳିନୀ ୪ ପଏଣ୍ଟ ସହିତ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୁଦ୍ର ପ୍ରତାପ ମିଶ୍ର, ବୈଭବ ଘୋଷ, ସତ୍ୟମ ଓଝା (ସମସ୍ତେ ୪ ପଏଣ୍ଟ), ଆୟୁଷ୍ମାନ ବେହେରା, ସ୍ବସ୍ତିକ ବେହେରା, ସାତ୍ତ୍ୱିକ ପଟ୍ଟନାୟକ, ଶ୍ରୀନିକା ବଳବନ୍ତରାୟ ଓ ଅକ୍ଷିତ ଆଚାର୍ଯ୍ୟ (ସମସ୍ତେ ୩ ପଏଣ୍ଟ) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ଅନ୍ୟ ୪ ଜଣଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ସୁରେଶ ସ୍ବାଇଁ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କର୍ପୋରେଟର ଶିବ ପ୍ରସାଦ ବେହେରା, ଦାଶରଥି ଗରାବଡ଼ୁ, ଗଣେଶ ପାଲ୍‌, ସରୋଜ ମିଶ୍ର ଓ ଲିଙ୍ଗରାଜ କ୍ଲବର ସମ୍ପାଦକ ଅଜୟ କୁମାର ଦାଶ ଉପସ୍ଥିତ ଥିଲେ। ପ୍ରତିଯୋଗିତା ପରିଚାଳନା କରିଥିଲେ ଆର୍ବିଟର ଦେବାଶିଷ ପାଣିଗ୍ରାହୀ।

Share