Categories: ଜାତୀୟ

ମହାରାଷ୍ଟ୍ରରେ ପୁଣି ଖୋଲିବ ସ୍କୁଲ୍‌

ମୁମ୍ବାଇ,୨୦।୧:ମହାରାଷ୍ଟ୍ରର କୋଭିଡ୍‌ ସ୍ଥିତିରେ ସୁଧାର ଆସୁଥିବା ବେଳେ ଆସନ୍ତା ୨୪ରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ଏ ନେଇ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍‌ଓ୍ବାର୍ଡ ଗୁରୁବାର ସୂଚନା ଦେଇଛନ୍ତି। ପ୍ରି-ପ୍ରାଇମେରୀ ସ୍କୁଲ୍‌ ମଧ୍ୟ ଖୋଲାଯିବ। ବିଦ୍ୟାଳୟଗୁଡିକରେ କୋଭିଡ୍‌ ପ୍ରୋଟୋକଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ସରକାର ଫେବୃୟାରୀ ୧୫ ପର୍ଯ୍ୟନ୍ତ  ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଥିଲେ। ତେବେ ସଂକ୍ରମଣ ହାର କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

 

Share