ନୂଆଦିଲ୍ଲୀ,୧୫।୯: କରୋନା ମହାମାରୀର ଦ୍ୱିତୀୟ ଳହର ଦେଶରେ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନବaମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ଉପରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ସ୍କୁଲଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ ବୋଲି ପୂର୍ବରୁ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଡିଡିଏମ୍ଏ) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା।
ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲା ଯିବା ନେଇ ଡିଡିଏମ୍ଏ ମନା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏସବୁ ଏହାକୁ ବନ୍ଦ ରଖିବାକୁ ଡିଡିଏମ୍ଏ କହିଛନ୍ତି। ଡିଡିଏମ୍ଏର ବିଶେଷଜ୍ଞ କମିଟି ପକ୍ଷରୁ ବିଚାର ବିମର୍ଷ କରାଯିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।