୧ ନଭେମ୍ବରରୁ ରାଜଧାନୀରେ ଖୋଲିବ ସ୍କୁଲ୍‌, ଛଟ୍‌ ପୂଜାକୁ ବି ଅନୁମତି…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ୧ ନଭେମ୍ବରଠାରୁ ସ୍କୁଲ୍‌ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତ ଗ୍ରହଣ ହୋଇଛି। ସେହିପରି ଛଟ୍‌ ପୂଜା ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି।

ଏସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଅନୁଷ୍ଠିତ ହୋଇଥିବା ବୈଠକରେ ସମସ୍ତ ସ୍କୁଲ୍‌ କଲେଜ ଖୋଲିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ସ୍କୁଲ କର୍ମଚାରୀ କରୋନା ଟିକାର ଡୋଜ୍‌ ନେଇଥିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ କୁୁହାଯାଇଛି। ସୂଚନା ଅନୁସାରେ ରାଜ୍ୟର ସ୍କୁଲ କର୍ମଚାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ କମ୍‌ ସେ କମ୍‌ ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି। ସ୍କୁଲ ଆସିବାକୁ କୌଣସି ପିଲାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ପାଠପଢ଼ା ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଜାରି ରହିବ ବୋଲି ସରକାର କହିଛନ୍ତି।

ସ୍କୁଲ ପରିସରରେ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ୍‌, ସାନିଟାଇଜର ଏବଂ ହ୍ୟାଣ୍ଡ୍‌ଓ୍ବାଶ୍‌କୁ ପ୍ରାଥମିକତା ପ୍ରଦାନ କରାଯାଇଛି।

Share