ଏ ମାସରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ୫ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା ପରେ ବୁଧବାର ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ ସ୍କୁଲ ଖୋଲିବା ନେଇ ଏସ୍‌ଓପି ଏବେ ଡ୍ରାଫ୍ଟ ଷ୍ଟେଜ୍‌ରେ ଅଛି।
ମନ୍ତ୍ରୀ କହିଛନ୍ତି, ନବମରୁ ଦ୍ୱାଦସ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହେଲେ ଅନ୍‌ଲାଇନ ବ୍ୟବସ୍ଥା ହେବ। ସ୍କୁଲ ଖୋଲିବା ନେଇ ଏସ୍‌ଓପି ପ୍ରସ୍ତୁତ ଚାଲିଥିବା ବେଳେ ଏ ନେଇ ଜିଲାପାଳ ଓ ଡିଇଓଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, କରୋନା ପାଇଁ ୩୦ % ସିଲାବସ୍‌ ହ୍ରାସ ହୋଇଛି। ଆଉ କମିବ। ବାକି ୭୦% ସିଲାବସ୍‌ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।

Share