୨୧ରୁ ବିଜ୍ଞାନ, ବାଣିଜ୍ୟ ରିଚେକିଂ ଆବେଦନ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ସିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ଏହି ଦୁଇଟି ବିଭାଗର ପରୀକ୍ଷାଫଳ ସଂକ୍ରାନ୍ତ ରିଆଡ଼ିଶନ୍‌ ଓ ରିଚେକିଂ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୨୧ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାର ସବିଶେଷ ତଥ୍ୟ ପରିଷଦ ୱେବ୍‌ସାଇଟ୍‌ chseodisha.nic.inରେ ଉପଲବ୍ଧ ହେବ। ଇଚ୍ଛୁକ ଛାତ୍ରୀଛାତ୍ରମାନେ ୧୫ଦିନ ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏଥିସହ ଚଳିତ ମାସ ଶେଷ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ଯୋଜନା ହେଉଛି। ଏହି ଦୁଇଟି ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ବା ସପ୍ଲିମେଣ୍ଟାରି ପରୀକ୍ଷା କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

Share