ବିଜ୍ଞାନ ଏକ ବିଷୟ ନୁହେଁ,ଏହା ଏକ ଦୃଷ୍ଟିଭଙ୍ଗୀ

କୋରାପୁଟ,୪।୩(ସ୍ବ.ପ୍ର.): ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜାତୀୟ ବିଜ୍ଞାନ ଦିବସରେ ଅତିଥିଭାବେ ଯୋଗଦେଇ ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବୈଜ୍ଞାନିକ ଚେତନାକୁ ପ୍ରୋତ୍ସାହିତ କରିବା ପାଇଁ ସଭା ସମିତି, ପ୍ରଦର୍ଶନୀ ଓ କର୍ମଶାଳା ଇତିମଧ୍ୟରେ ଆୟୋଜିତ ହୋଇଯାଇଛି ା ବିଜ୍ଞାନ କେବଳ ଏକ ବିଷୟ ନୁହେଁ ଏହା ଏକ ଦୃଷ୍ଟଭଙ୍ଗୀ। ଅନ୍ୟ ସମସ୍ତ ବିଷୟକୁ ପଢ଼ି ଠିକ୍‌ ଭାବେ ବୁଝିବାର ମାଧ୍ୟମ ବିଜ୍ଞାନ ବୋଲି ଜାନି ପ୍ରକାଶ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ବିଜ୍ଞାନାଗାର ପ୍ରତିଷ୍ଠାକରି ବିଭିନ୍ନ ଶିକ୍ଷଣୀୟ ଉପକରଣ ଯୋଗାଇ ଦେଉଛନ୍ତି। ମଣିଷ କଙ୍କାଳର ନମୁନାଠାରୁ ଆରମ୍ଭକରି ପର୍ଯ୍ୟାୟ ସାରଣୀର ବିଶାଳ ପ୍ରଦର୍ଶନୀ ପର୍ଯ୍ୟନ୍ତ ବିଭିନ୍ନ ବିଜ୍ଞାନ ଶିକ୍ଷା ଉପଯୋଗୀ ଉପକରଣ ଛାତ୍ରୀଛାତ୍ରମାନେ ପାଇ ବାସ୍ତବ ଶିକ୍ଷାର ଅନୁଭୂତି ପାଇପାରୁଥିବା ଅନ୍ୟତମ ଅତିଥି ମହାଦେଈପୁଟ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ରଥ କହିଥିଲେ। ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ବୈଜ୍ଞାନିକ ଉପକରଣକୁ ନେଇ ଶିକ୍ଷକମାନଙ୍କ ସହଯୋଗରେ ଅଭ୍ୟାସ କରୁଥିବାରୁ ଜିଲା ଓ ରାଜ୍ୟସ୍ତରରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଆମେ ସଫଳତା ପାଇପାରୁଛୁ ବୋଲି କେତେଜଣ ଛାତ୍ରୀଛାତ୍ର ନିଜ ଅନୁଭୂତି ପ୍ରକାଶ ଅବସରରେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ...

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ …

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image