ବାତ୍ୟାର ବୈଜ୍ଞାନିକ ବିଶ୍ଳେଷଣ

ଡ. ସଞ୍ଜୟ କୁମାର ସାମନ୍ତରାୟ

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ଓଡ଼ିଶା ପ୍ରାୟ ପ୍ରତ୍ୟେକ ବର୍ଷ ଗଭୀର ଭାବେ ପ୍ରଭାବିତ ହୋଇ ଆସୁଛି। କେଉଁ ବର୍ଷ ବର୍ଷାଦିନ ପୂର୍ବରୁ ବାତ୍ୟା ଆସେ ତ କେଉଁ ବର୍ଷ ବର୍ଷାଦିନ ପରେ ବାତ୍ୟା ଆସେ। ବିଗତ ବର୍ଷଗୁଡ଼ିକର ବାତ୍ୟାକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରି ଦେଖିଛନ୍ତି ଯେ, ବର୍ଷାଦିନ ପୂର୍ବରୁ ହେଉଥିବା ବାତ୍ୟାର ପ୍ରଭାବ କମ୍‌ ଥାଏ ଏବଂ ବର୍ଷାଦିନ ପରେ ହେଉଥିବା ବାତ୍ୟାର ପ୍ରଭାବ ଅଧିକ ଥାଏ। ୨୦୧୯ ମେ ୩ରେ ଆମେ ‘ଫନୀ’ ଓ ୨୦୨୦ ମେ ୨୦ ରେ ‘ଅମ୍ଫନ ବାତ୍ୟାକୁ ସାମ୍ନା କରି ଆସିଛେ। ଏହାର ପ୍ରଭାବ ଅକ୍ଟୋବର ୨୯, ୧୯୯୯ ବାତ୍ୟା ତୁଳନାରେ ଯଥେଷ୍ଟ କମ୍‌ ଥିଲା। ଏହା ଏକ ଜ୍ୱଳନ୍ତ ଉଦାହରଣ। ୨୦୨୧ ମେ’ରେ ୩ଟି ବାତ୍ୟା ଆସିଛି। ସେଥି ମଧ୍ୟରୁ ବାତ୍ୟା ‘ୟାସ’ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଦ୍ୱାରା ବାତ୍ୟାରେ ଓଡ଼ିଶାବାସୀଙ୍କ ଧନ ଜୀବନ ରକ୍ଷା ହୋଇପାରିଛି। ଏହା ସମ୍ଭବ ହୋଇପାରିଛି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କର ଅତି ନିର୍ଭୁଲ ଆଗୁଆ ପୂର୍ବାନୁମାନ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମ ଯୋଗୁ- ଏହା ଆମମାନଙ୍କ ପାଇଁ ଗର୍ବ ଓ ଗୌରବର କଥା।
ନିକଟରେ ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼କୁ ସାଟେଲାଇଟ୍‌ ଅପେକ୍ଷା ଆଗୁଆ ଠାବ କରିପାରିବ। ସେମାନଙ୍କ ମତରେ ବାତ୍ୟାଜନିତ କ୍ଷୟକ୍ଷତି ରୋକିବାରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଯଥେଷ୍ଟ ପୂର୍ବରୁ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ରିମୋର୍ଟ ସେନ୍‌ସିଂ ପ୍ରଯୁକ୍ତି ସାମୁଦ୍ରିକ ଝଡ଼କୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରୁଥିଲେ ହେଁ ଏହା ସମ୍ଭବ ହୋଇଥାଏ। ଯେତେବେଳେ ଉଷ୍ମ ମହାସାଗର ପୃଷ୍ଠରେ ସୃଷ୍ଟି ଲଘୁଚାପ ସିଷ୍ଟମ ବିକଶିତ ହୁଏ, ତେବେ ଉଷ୍ମ ସାଗର ପରିବେଶରେ ସାଇକ୍ଲୋନିକ ସିଷ୍ଟମ ସୃଷ୍ଟି ହେବା ପୂର୍ବରୁ ବାୟୁମଣ୍ଡଳୀୟ ଅସ୍ଥିରତା ପ୍ରକ୍ରିୟା ସହିତ ଜଳାବର୍ତ୍ତ ହୋଇଥାଏ; ଯାହା ଉଚ୍ଚତର ବାୟୁମଣ୍ଡଳୀୟ ସ୍ତରରେ ବଢ଼ିଥାଏ। ସମୁଦ୍ର ଉପରେ ଡିପ୍ରେସନ ସୃଷ୍ଟି ସମ୍ପର୍କରେ ଜାଣିବାରେ ଏହା ଏକ ମୁଖ୍ୟ ବୈଶିଷ୍ଟ୍ୟ। ଏହାକୁ ବ୍ୟବହାର କରି ଅନେକ ପୂର୍ବରୁ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଉକ୍ତ ଟେକ୍‌ନୋଲୋଜିର ବିକାଶ କରିଛନ୍ତି ୟାଣ୍ଟାଇ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କୋଷ୍ଟାଲ ଜୋନ୍‌(ଚାଇନା)ର ଭୌତିକ ସମୁଦ୍ର ବିଜ୍ଞାନ ଗବେଷିକା ବିଷ୍ଣୁପ୍ରିୟା ସାହୁ (ଓଡ଼ିଶା), ଆଇଆଇଟି ଖଡ଼ଗପୁରର ଜିୟା ଆଲବର୍ଟ ଏବଂ ପ୍ରସାଦ କେ. ଭାସ୍କରନ୍‌। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିସିପି) ଅଧୀନ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହଯୋଗରେ ସେମାନେ ନୂଆ ପଦ୍ଧତି ବିକଶିତ କରିଛନ୍ତି। ଉକ୍ତ ୩ ଜଣ ଭାରତୀୟ ବୈଜ୍ଞାନିକଙ୍କ ଗବେଷଣା ନିକଟରେ ଆଟ୍‌ମୋସ୍ଫିୟରିକ୍‌ ଗବେଷଣା ପତ୍ରିକାରେ ପ୍ରକାଶ ପାଇଛି। ପୁନଶ୍ଚ ସେମାନେ ୨୦୧୩ର ଫାଇଲିନ୍‌ ଓ ବାର୍‌ଡା, ୨୦୧୮ର ଗାଜା ଓ ମାଡ଼ି, ୨୦୧୭ର ମୋରା ଏବଂ ୨୦୦୯ର ଆଇଲା ବାତ୍ୟାକୁ ନେଇ ଅଧ୍ୟୟନ କରିଥିଲେ। ସେମାନଙ୍କ ପଦ୍ଧତିରେ ଉକ୍ତ ବାତ୍ୟାଗୁଡିକୁ ଅନୂ୍ୟନ ୪ ଦିନ ଆଗରୁ ଜାଣିପାରିବେ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଥିଲେ।
୧୮୯୧ରୁ ୨୦୦୦ ମଧ୍ୟରେ ଓଡ଼ିଶା ପ୍ରାୟ ୯୮ଟି ବାତ୍ୟାର ମୁକାବିଲା କରିଥିବାବେଳେ ପଶ୍ଚିମବଙ୍ଗ ୬୯ଟି, ତାମିଲନାଡ଼ୁ ୬୨ଟି, ଗୁଜରାଟ ୨୮ଟି, କେରଳ ୩ଟି ଓ କର୍ନାଟକ ୨ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। କେବଳ ୧୯୯୯ରୁ ୨୦୨୧ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ବାତ୍ୟାରେ ଅନେକ ଧନ ଜୀବନ, ଗୃହପାଳିତ ପଶୁ, କୃଷିଜାତ ଦ୍ରବ୍ୟ, ରାସ୍ତାଘାଟ, ଘରଦ୍ୱାର, ବିଜୁଳି ଶକ୍ତି, ବୃକ୍ଷଲତା, ଜୀବଜନ୍ତୁ, ଅଫିସ ରେକର୍ଡପତ୍ର, ଘରର ଆସବାବପତ୍ର ଓ ସର୍ବୋପରି ଅନେକ ଲୋକ ବିଭିନ୍ନ ରୋଗ ଓ ମହାମାରୀରେ ଶିକାର ହୁଅନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରସ୍ତୁତି, ବାତ୍ୟା ସମୟରେ ସତର୍କତା ଓ ବାତ୍ୟା ପରବର୍ତ୍ତୀ ତୁରନ୍ତ ପଦକ୍ଷେପ ନେଲେ ଅନେକ ଧନଜୀବନ ଓ ବହୁମୂଲ୍ୟ ସମ୍ପତ୍ତି ରକ୍ଷା କରାଯାଇପାରିବ।
ସାଧାରଣତଃ ବାତ୍ୟା ପୂର୍ବରୁ ଯେଉଁସବୁ ତୁରନ୍ତ ପଦକ୍ଷେପ ନେବାକଥା ସେଗୁଡ଼ିକ ମଧ୍ୟରେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ତଥା ଅନ୍ୟ ଲୋକମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା, ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଅତ୍ୟନ୍ତ ଜରୁରୀ। ବିପର୍ଯ୍ୟୟ ପରିଚାଳନା ଟିମ୍‌, ଓଡ୍ରାଫ, ଏନ୍‌ଡିଆର୍‌ଏଫ, ରାସ୍ତା ସଫା ମେଶିନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ବାତ୍ୟା ପୂର୍ବରୁ ବିଭିନ୍ନ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଇବା ନିତାନ୍ତ ଆବଶ୍ୟକ। ଅମଳ ହେବାକୁ ଥିବା ଶସ୍ୟ ଜାତୀୟ ଫସଲ, ପନିପରିବା, ଫଳମୂଳ ଅମଳ କରି ପିଇବା ପାଣି, ଘରର ଖାଦ୍ୟଦ୍ରବ୍ୟ, ମୂଲ୍ୟବାନ ପଦାର୍ଥକୁ ନିରାପଦ ସ୍ଥାନରେ ରଖିବା ଚାଷୀ ଭଉଣୀ ଭାଇମାନଙ୍କର ଏକାନ୍ତ କାମ୍ୟ। ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ପକ୍କାଘରେ ବାତ୍ୟା ପରେ ପରେ ଅନେକ ଲୋକ ଓ ଗୃହପାଳିତ ପଶୁପକ୍ଷୀ ବିଭିନ୍ନ ପ୍ରକାର ରୋଗର ଶିକାର ହୁଅନ୍ତି। ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରନ୍ତୁ। ଫସଲ କିଆରିରେ ଜମି ରହିଥିବା ଜଳକୁ ହୁଡ଼ା କାଟି ନିଷ୍କାସନ କରିଦିଅନ୍ତୁ। ଉପୁଡ଼ି ପଡ଼ିଥିବା ବୃକ୍ଷଲତାକୁ ଯଥାସମ୍ଭବ ରକ୍ଷା କରନ୍ତୁ। ଆବଶ୍ୟକସ୍ଥଳେ ବର୍ଷାପାଣିକୁ ବାନ୍ଧି ରଖି ଚାଷ କ୍ଷେତ୍ରରେ ଲଗାନ୍ତୁ।
ବାତ୍ୟା ସହନଶୀଳ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଏବଂ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଉଚ୍ଚ ଘେରିବନ୍ଧ ବୈଜ୍ଞାନିକମାନଙ୍କ ପରାମର୍ଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଶୀଘ୍ର ତିଆରି କଲେ ଭବିଷ୍ୟତରେ ହେବାକୁଥିବା ବାତ୍ୟା ଦାଉରୁ ଅନେକ ମୂଲ୍ୟବାନ ଧନ, ଜୀବନ, ଜୀବିକା, ପଶୁପକ୍ଷୀ, ବୃକ୍ଷଲତା, ରାସ୍ତାଘାଟକୁ ରକ୍ଷା କରାଯାଇ ପାରିବ ଏହା ନିଃସନ୍ଦେହ। ସମୟ ଥାଉ ଥାଉ ସରକାର ଉଚିତ ପଦକ୍ଷେପ ନେବା ଏକାନ୍ତ କାମ୍ୟ।
ପ୍ରତିଷ୍ଠାତା ସଭାପତି,
ଭାରତୀୟ ଜଳବାୟୁ କଂଗ୍ରେସ ଓ ପ୍ରାକ୍ତନ ଅଧ୍ୟକ୍ଷ ଓୟୁଏଟି, ଭୁବନେଶ୍ୱର
ମୋ: ୯୪୩୮୧୨୬୯୯୪


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri