ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା କିନ୍ତୁ ବର୍ତ୍ତମାନର ସେଠାକାର ପରିସ୍ଥିତିକୁ ନେଇ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ ନୁହେଁ। ତେବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଜଣେ ପ୍ରଫେସର। ୫୦ବର୍ଷ ପୂର୍ବେ ମଙ୍ଗଳରେ ଜୀବଜଗତ ଥିବାର ସନ୍ଧାନ ମିଳିଥିଲା। କିନ୍ତୁ ଅଜାଣତରେ ସେ ତଥ୍ୟ ସବୁ ନଷ୍ଟ ହୋଇଗଲା ଟେକ୍ନିକାଲ ୟୁନିଭରସିଟି ବର୍ଲିନର ଫାକଲ୍ଟି ମେମ୍ବର ଏଷ୍ଟ୍ରୋବାୟୋଲଜି ପ୍ରଫେସର ଡିର୍କ ଶୁଲକେ ମାକୁଚ ଏପରି ଦାବି କରିଛନ୍ତି।

ନାସା ୨୦୧୧-୧୨ରେ କ୍ୟୁରିୟୋସିଟି ରୋଭରକୁ ମଙ୍ଗଳ ଗ୍ରହକୁ ପଠାଇଥିଲା, ଯାହାକି ଏବେ ବି କାମ କରୁଛି। ୧୯୭୦ରେ ନାସା ଦୁଇଟି ଲ୍ୟାଣ୍ଡର ମଙ୍ଗଳକୁ ପଠାଇଥିଲା। ମଙ୍ଗଳ ଗ୍ରହ ବିଷୟରେ ନୂଆ ନୂଆ ତଥ୍ୟ ପାଇଁ ଏହି କାମ ୬୦ବର୍ଷ ଧରି ଜାରି ରହିଛି। ଏହି ମିଶନରେ ଗ୍ରହରେ ଜୀବଜଗତ ଅଛି କି ନାହିଁ ଜାଣିବା ନାସାର ଉଦ୍ଦେଶ୍ୟ ଥିଲା। ନାସାର ଏହି ମିଶନର ନାଁ ଥିଲା ଓ୍ବିକିଂ ପ୍ରୋଗ୍ରାମ।

ନାସା ଏହି ମିଶନରୁ ବହୁ ତଥ୍ୟ ହାତେଇଥିଲା। ଲାଲ୍‌ ଗ୍ରହରେ କିଛି ବୋହିବାର ଆକୃତି, ଆଗ୍ନେୟଗିରିର ଚିହ୍ନ ଇତ୍ୟାଦି ମିଳିଥିଲା। ଏଥିସହ ମଙ୍ଗଳରେ କିଛି କ୍ଲୋରିନେଟେଡର ଜୀବର ଅବଶେଷ ମିଳିଥିଲା ଯାହାଯୋଗୁ ଏଠାରେ ଜୀବଜଗତ ସମ୍ଭବ ବୋଲି ପ୍ରମାଣ ବୋଲି କୁହାଯାଉଥିଲା। ବୈଜ୍ଞାନିକମାନେ ଦାବି କରିଛନ୍ତି କିଳ ମଙ୍ଗଳରେ ଜୀବସତ୍ତା ଅଛି କିନ୍ତୁ ଏହା କ୍ଲୋରିନେଟେଡ୍‌ ରୂପରେ ରହିଛି।

Share