କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି କରିପାରିବେ ନାହିଁ, ହେଲେ ଏବେ ସେମାନେ ଏମିତି ଏକ କାଚ ତିଆରି କରିଛନ୍ତି, ଯାହା କେବେ ଭାଙ୍ଗିନି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି କାଚ କାଠରୁ ତିଆରି। ଏହି ଟ୍ରାନ୍ସପରେଣ୍ଟ କାଚ ଏବେ ଚର୍ଚ୍ଚାରେ। ଏହି କାଚକୁ ଦେଖିଲେ ବିଶ୍ୱାସ ହେବା ନାହିଁ, ଯେ ତାହା କାଚରେ ତିଆରି ହୋଇଛି।
ବୈଜ୍ଞାନିକମାନେ ତିଆରି କରିଥିବା ଏହି ସ୍ବଚ୍ଛ କାଚ ଘର ତିଆରିରେ ବ୍ୟବହାର କରାଯାଇ ପରିବ । ଏହା ସାଧାରଣ କାଚ ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। କାଠରେ ତିଆରି ଏହି କାଚ ଭାଙ୍ଗିବ ପରିବର୍ତ୍ତେ ବଙ୍କା ହୋଇଯିବ। ମେରିଲ୍ୟାଣ୍ଡ ଏବଂ କଲେରୋଡା ୟୁନିଭର୍ସିଟି ମିଳିତ ଭାବେ ଏହାକୁ ତିଆରି କରିଛନ୍ତି। ଏହିପରି କାଚ ୨୫ ହଜାର ଟନ୍ ତିଆରି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାଚ ଗ୍ରୀନ୍ ହାଉସ ଗ୍ୟାସରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।