୨ ନୋଭାଲ ଓରାଲ ପୋଲିଓ ଟିକାକୁ ଖୁବ୍‌ଶୀଘ୍ର ମିଳିପାରେ ଡବ୍ଲ୍ୟୁଏଚ୍‌ଓର ଅନୁମତି

ଓ୍ବାଶିଂଟନ୍‌,୧୬।୬: କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ସାନ ଫ୍ରାନ୍ସିସ୍କୋ(ଯୁସିଏସ୍‌ଏଫ୍‌) ଏବଂ ବ୍ରିଟେନର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ବାୟୋଲୋଜିକାଲ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ (ଏନ୍‌ଆଇବିଏସ୍‌ସି)ର ବୈଜ୍ଞାନିକମାନେ ୨ଟି ନୋଭାଲ ଓରାଲ ପୋଲିଓ ଭାକ୍ସିନ ବିକାଶିତ କରିଛନ୍ତି। ଏହି ଟିକା ଭୂତାଣୁ ସଂକ୍ରମିତ ରୋଗର ମୂଳପୋଛ କରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏକବିଂଶ ଶତାବ୍ଦୀରେ ମଧ୍ୟ ବିଶ୍ୱ ପୋଲିଓ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନାହିଁ ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ପ୍ରଫେସର ରାଉଲ ଆଣ୍ଡିନୋ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ଅନୁମତି ମିଳିବ ବୋଲି ଆଶା କରାଯାଉଛି।

ବିକଶିତ ହେଲା

Share