Posted inଫୁରସତ

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଡାଇନୋସରକୁ କେହି ଦେଖି ନାହାନ୍ତି, ମାତ୍ର ଏହାର ଜୀବାଶ୍ମ ହେତୁ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ମିଳିଛି। ଠିକ୍‌ ସେହିପରି ଏନାକୋଣ୍ଡା। ଏହି ବିଶାଳକାୟ ସାପ ସାଧାରଣ ଲୋକଙ୍କଠାରୁ ଦୂରରେ ଜଙ୍ଗଲରେ ରୁହନ୍ତି। ଏହାକୁ ଆମେ ପୁସ୍ତକ ତଥା ଟିଭିରେ ଦେଖୁଛୁ। ହେଲେ ଏପରି ଏକ ସାପ ରହିଛି ଯାହାର ଆକାର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହାର କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। ହେଲେ ବିଶେଷଜ୍ଞମାନେ ବିଶ୍ୱର ସବୁଠାରୁ ବଡ଼ ସାପ ବିଷୟରେ ଜାଣିବାକୁ ପାଇଛନ୍ତି। ଏହାର ଲମ୍ବ ୪୨ ଫୁଟ। ଏନାକୋଣ୍ଡା ଫିଲ୍ମରେ ଦେଖିଥିବା ସାପଠାରୁ ମଧ୍ୟ ଏହା ଯଥେଷ୍ଟ ବଡ଼। ଏହି ସାପ ୫୦ରୁ ୬୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଥିଲା। ଏହାର ଓଜନ ଗାଇର ଦୁଇଗୁଣ ହେବ, ଯାହାକି ପ୍ରାୟ ୧ ହଜାର ୧୭୯ କିଲୋଗ୍ରାମ ପର୍ଯ୍ୟନ୍ତ। ଏହି ସାପର ନାମ ହେଉଛି ଟାଇଟନୋବା। ଏହା ବୋଆ ନାମରେ ମଧ୍ୟ ଜଣାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଏହା ସବୁଠାରୁ ବଡ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ସାପ ଡାଇନୋସର ଅଦୃଶ୍ୟ ହେବା ପରେ ୬୫ ନିୟୁତ ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ଥିଲା। ଏମାନେ ଆମାଜନ ଜଙ୍ଗଲରେ ରହୁଥିଲେ ସେଠାକାର ଉଷ୍ମ ତାପମାତ୍ରା ସେମାନଙ୍କୁ ଅଧିକ ଦିନ ବଞ୍ଚିବାକୁ ସାହାଯ୍ୟ କରୁଥିଲା। ୨୦୦୯ ମସିହାରେ ବୈଜ୍ଞାନିକମାନେ ଏହି ସାପର ଜୀବାଶ୍ମ ପାଇଥିଲେ। ଫ୍ଲୋରିଡା ସଂଗ୍ରହାଳୟ ଏହି ସାପ ବିଷୟରେ ସୂଚନା ଦେଇଥିଲା। ଏହି ସାପ ବର୍ଷକୁ ମାତ୍ର ୨ କିମ୍ବା ୩ ଥର ଖାଇଥାନ୍ତି। କିନ୍ତୁ ସେମାନେ ଯେତେବେଳେ ଖାଆନ୍ତି ଏକ ବଡ଼ କୁମ୍ଭୀରକୁ ତୁରନ୍ତ ହଜମ କରିଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri