ସୌରଚାଳିତ ଜଳ ପ୍ରକଳ୍ପ ବୁଲି ଦେଖିଲେ ବୈଜ୍ଞାନିକ

ଚମ୍ପୁଆ/ଝୁମ୍ପୁରା,୨୪।୩(ଡି.ଏନ୍‌.ଏ): ଭାରତୀୟ ଜଳ ପରିଚାଳନା ସଂସ୍ଥାନର ଦୁଇ ବୈଜ୍ଞାନିକ ଉଠା ଜଳସେଚନ ବିଭାଗ ଦ୍ୱାରା ଚାଷୀଙ୍କୁ ପ୍ରଦାନ କରାଯାଇଥିବା ସୌରଚାଳିତ ଗଭୀର ନଳକୂପ ପରିଦର୍ଶନ କରିବା ସହିତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ବୈଜ୍ଞାନିକ ଆଙ୍ଖିଲା ଓ ଅସିତ ଦଣ୍ଡପାଟ କେନ୍ଦୁଝର ଜିଲା ଚମ୍ପୁଆ ଉଠାଜଳସେଚନ ବିଭାଗ ପକ୍ଷରୁ ଗିଧିବାସ, ଅସନପାଟ ଓ ଅସୁରିଆ ଅଞ୍ଚଳରେ ପ୍ରଦାନ କରାଯାଇଥିବା ସୌରଚାଳିତ ଗଭୀର ନଳକୂପକୁ ବୁଲି ଦେଖିବା ସହିତ ପାଣି ପରୀକ୍ଷା କରିଥିଲେ। ଚାଷୀମାନଙ୍କ ସହିତ ଚାଷ ସମ୍ବନ୍ଧରେ ତଥା ବାହାରୁଥିବା ପାଣିର ବ୍ୟବହାର ଉପରେ ପଚାରି ବୁଝିଥିଲେ। ଗଭୀର ନଳକୂପ ଦ୍ୱାରା ରବି ଋତୁରେ ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିବା ବେଳେ ଚାଷର ଅମଳ ଓ ଉନ୍ନତ କିସମର ଚାଷ ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଚମ୍ପୁଆ ଉଠାଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକ ତାଙ୍କୁ ସହଯୋଗ କରିଥିଲେ।

Share