୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ

ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମଲିକୁଲାର୍‌ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍‌ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍‌ ହୋଇଥିବା ଏକ ଜୀବାଣୁକୁ ଜୀବନ୍ତ କରିଛନ୍ତି।

ଡ୍ରେସଡେନ ଏବଂ ଅନୁସନ୍ଧାନରେ ଜଡିତ ଜଣେ ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପୋକ ପୃଥିବୀଠାର ୪୦ ମିଟର ତଳେ ଏକ ଶୁପ୍ତ ଅବସ୍ଥାରେ ବଞ୍ଚିଛି। ଏହାର ପ୍ରଜାତି ଅଜ୍ଞାତ ଥିଲା। ଯାହା କ୍ରିପ୍ଟୋବିଓସିସ୍‌ ଭାବରେ ଜଣାଶୁଣା।

Share