ବୈଜ୍ଞାନିକଙ୍କ ଚେତାବନୀ: ଏହି ଦେଶରେ ଦେଖାଦେବ ମରୁଡ଼ି, ଉତ୍ତାପ, ନିଆଁ ଆଉ ବନ୍ୟା

ଲସ୍‌ଏଞ୍ଜେଲ୍‌ସ,୧୦ା୯: କାଲିଫର୍ନିଆରେ ୧୦ ଦିନର ରେକର୍ଡ ଭାଙ୍ଗିଛି ଗରମ। ଯାହାକି ଅତ୍ୟନ୍ତ ଅସ୍ବାଭାବିକ ଥିଲା। ଲସ୍‌ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଡାନିଏଲ ସ୍ବେଡ଼୍‌ ତାଙ୍କ ବ୍ଲଗରେ ଲେଖିଛନ୍ତି, କ୍ରମାଗତ ୧୦ ଦିନ ପାଇଁ କାଲିଫର୍ନିଆ ବ୍ଲାକ୍‌ଆଉଟ୍‌।

ବୈଜ୍ଞାନିକମାନେ କହିଛନ୍ତି, ପାକିସ୍ତାନ, ଭାରତ, ଚାଇନା, ୟୁରୋପ ଏବଂ ଆମେରିକା ସମେତ ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା କାଲିଫର୍ନିଆରେ ଅତ୍ୟଧିକ ଉତ୍ତାପ ଦେଖିବାକୁ ମିଳିଛି। ଶୁକ୍ରବାର ଏହି ଗରମ ରେକର୍ଡ ଭାଙ୍ଗିଥିଲା।

ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଡ଼ି ବି ବୃଦ୍ଧି ହୋଇଛି। ନଦୀଗୁଡିକ ଶୁଖିଲା ପଡ଼ିଛି। ଜଙ୍ଗଲି ନିଆଁକୁ ଅଧିକ ତୀବ୍ର କରିଛି ଏବଂ ଅପରପକ୍ଷେ ସାରା ବିଶ୍ୱରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନାସାର ଜେଟ୍‌ ପ୍ରୋପଲସନ ଲାବୋରେଟୋରୀର ଅବସରପ୍ରାପ୍ତ ଜଳବାୟୁ ବିଶେଷଜ୍ଞ ବିଲ୍‌ ପ୍ୟାଟଜର୍ଟ କହିଛନ୍ତି, ଆଗକୁ କାଲିଫର୍ନିଆରେ ଏୟାର କଣ୍ଡିଶନର ବିନା ରହିବା ଯୋଗ୍ୟ ହେବ ନାହିଁ। କାରଣ ଏଠାରେ ପ୍ରବଳ ଗରମ ଅନୁଭୂତ ହେବ। ଖାଲି ଏତିକି ନୁହେଁ, ବନ୍ୟା, ମରୁଡ଼ି ଏବଂ ଜଙ୍ଗଲରେ ନିଆଁ ଲାଗିବାର ମଧ୍ୟ ସମ୍ଭାବନା ରହିଛି।

Share