Categories: ଜାତୀୟ

ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍‌ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ

ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ଶିବରାଜଙ୍କ ଅନୁଗତ ରହିଥିବାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୋଷ୍ଠୀର ୯ ଜଣ ରହିଛନ୍ତି। ନୂଆ ମନ୍ତ୍ରୀଙ୍କୁ ମିଶାଇ ଶିବରାଜଙ୍କ ମନ୍ତ୍ରୀ ସଂଖ୍ୟା ୩୩ରେ ପହଞ୍ଚିଛି। ସେହିପରି ସିନ୍ଧିଆ ଗୋଷ୍ଠୀଙ୍କ ସଂଖ୍ୟା ୧୧କୁ ଛୁଇଁଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କ ୨୮ ଜଣିଆ ମନ୍ତ୍ରୀମଣ୍ଡଳରେ ସିନ୍ଧିଆ ଗୋଷ୍ଠୀର ୬ ମନ୍ତ୍ରୀ ଥିଲେ। ଏବେ ଶିବରାଜଙ୍କ ସରକାରରେ ସିନ୍ଧିଆ ପତିଆରା ବୃଦ୍ଧି ପାଇଛି। ଶିବରାଜଙ୍କ ମନ୍ତ୍ରୀଙ୍କ ମଧ୍ୟରେ ୪୧ ପ୍ରତିଶତ ମନ୍ତ୍ରୀ କଂଗ୍ରେସ ଦଳର ସଦସ୍ୟ। ତେବେ ସେମାନେ ଦଳ ଛାଡ଼ି ଏବେ ଶିବରାଜଙ୍କ ଶିବିରରେ ଅଛନ୍ତି। ଫଳରେ ଶିବରାଜଙ୍କ ରାଜ୍ୟରେ ପ୍ରକୃତ ପକ୍ଷେ ସିନ୍ଧିଆଙ୍କ ସରକାର ଗଠନ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶିବରାଜଙ୍କ ଟିମ୍‌ରେ ସିନ୍ଧିଆ ବେଶ୍‌ ଲାଭରେ ରହିଥିବା କୁହାଯାଉଛି।

Share