Categories: ଜାତୀୟ

ମୋଦିଙ୍କ କ୍ୟାବିନେଟ୍‌ରେ ସିନ୍ଧିଆ ପାଇବେ ସ୍ଥାନ: ମିଳିପାରେ ରେଳ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି। କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେବାର ୧୫ ମାସ ପରେ ସିନ୍ଧିଆଙ୍କୁ ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସିନ୍ଧିଆଙ୍କୁ ରେଳ ମନ୍ତ୍ରଣାଳୟ, ସହରୀ ବିକାଶ ଅବା ମାନବ ସମ୍ବଳ ମନ୍ତ୍ରଣାଳୟ ମଧ୍ୟ ମିଳିପାରେ ବୋଲି ଆଲୋଚନ ଜାରି ରହିଛି। ରେଳ ମନ୍ତ୍ରଣାଳୟ ମିଳିବାର ଆଶା ଅଧିକ ରହିଥିବା ଚର୍ଚ୍ଚା ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କ୍ୟାବିନେଟ୍‌ରେ ସିନ୍ଧିଆ ଟେଲିକମ୍‌, ଆଇଟି, ଶିଳ୍ପ, ବାଣିଜ୍ୟ ଆଦି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ସମ୍ପ୍ରତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୬୦ମନ୍ତ୍ରୀ ଅଛନ୍ତି। ଏହାକୁ ବଢ଼ାଇ ୭୯ କରାଯିବାର ଯୋଜନା କରାଯାଇଛି। କେତେକ ମନ୍ତ୍ରୀଙ୍କ ପାଖରେ ୨ ଅବା ୩ ମନ୍ତ୍ରଣାଳୟ ରହିଛି। ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଯୁବନେତାଙ୍କୁ ଅଧିକ ସୁଯୋଗ ପ୍ରଦାନ କରାଯିବାର ଯୋଜନା ରହିଛି।

Share