Categories: ଜାତୀୟ

‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ୪ଟି ନୂଆ ବିମାନ ବନ୍ଦର ନିର୍ମାଣ ଓ ‘ଉଡାଣ’ ଯୋଜନାର ଅବଧି ୩୦ ଅଗଷ୍ଟରୁ ବୃଦ୍ଧି କରି ୩୦ ନଭେମ୍ବର କରିବାକୁ ଘୋଷଣା କରିଛନ୍ତି । ନୂଆ ବିମାନ ବନ୍ଦର ମଧ୍ୟରୁ ଗୋଟିଏ ଉତ୍ତର ପ୍ରଦେଶର କୁଶିନଗରରେ ହେବ ବୋଲି ସେ କହିଛନ୍ତି । ‘ଉଡାଣ’ ଯୋଜନା ଅଧିନରେ ଆସନ୍ତା ୧୦୦ ଦିନ ମଧ୍ୟରେ ୪ ନୂଆ ବିମାନ ବନ୍ଦର ନିର୍ମାଣ ଲକ୍ଷ୍ୟ ଥିବା ସିନ୍ଧିଆ କହିଛନ୍ତି । ଏଗୁଡିକ ହେଲା ଗୁଜରାଟରେ କେଶୋଦ, ଝାଡ଼ଖଣ୍ଡରେ ଦେବଘର, ମହାରାଷ୍ଟ୍ରରେ ଗୋନ୍ଦିୟା ଓ ସିନ୍ଧୁଦୁର୍ଗ, ଉତ୍ତର ପ୍ରଦେଶର କୁଶିନଗରରେ ଏହି ବିମାନବନ୍ଦର ନିର୍ମାଣ କରାଯିବ । ସେହିପରି ହିମାଚଳ ପ୍ରଦେଶରେ ୪ ଓ ଉତ୍ତରାଖଣ୍ଡରେ ୨ଟି ହେଲିପ୍ୟାଡ ନିର୍ମାଣ କରାଯିବ । ଉଡାଣ ଯୋଜନା ଅଧିନରେ ଆଗାମୀ ୧୦୦ ଦିନ ମଧ୍ୟରେ ୫୦ ନୂଆ ରୁଟର ଶୁଭାରମ୍ଭ କରାଯିବ, ସେଥିମଧ୍ୟରୁ ୩୦ଟିର ଆରମ୍ଭ ଅକ୍ଟୋବର ମାସରେ କରାଯିବ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ପ୍ରଥମ ବିମାନବନ୍ଦର ଉତ୍ତର ପ୍ରଦେଶର କୁଶିନଗରରେ ୨୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏଠାେରେ ଏୟାରବସ ୩୨୧ ଓ ବୋଇଂ ୭୩୭ ଭଳି ବିମାନ ଅବତରଣ ହୋଇପାରିବ ଏହା ବୈଦ୍ଧ ସର୍କିଟର କେନ୍ଦ୍ର ବିନ୍ଦୁ ପାଳଟିବ ବୋଲି ସିନ୍ଧିଆ କହିଛନ୍ତି ।

Share