ସିନ୍ଧିଆଙ୍କ ସହଯୋଗୀ କରୋନାରେ ପୀଡ଼ିତ

ଭୋପାଳ,୭।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ (ପି.ଏ.) ଅନୀଲ ମିଶ୍ରା ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନୀଲଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ନମୂନା ଯାଞ୍ଚ କରାଯାଇଥିଲା। ତେବେ ମଙ୍ଗଳବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ରିପୋର୍ଟ ଆସିବା ପରେ ତାଙ୍କୁ ଗ୍ବାଲିୟରରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଗତ କିଛି ଦିନ ତଳେ ଜ୍ୟୋତିରାଦିତ୍ୟଙ୍କ ସହ ଅନୀଲ ରହିଥିବା ବେଳେ ସେ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ। ସେହି ସମୟରେ ତାଙ୍କର ଅନେକ ମନ୍ତ୍ରୀଙ୍କ ସହ ସାକ୍ଷାତକାର ମଧ୍ୟ ହୋଇଥିଲା। ତେବେ ସେ କରୋନାରେ ସଂକ୍ରମିତ ହେବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ସୂଚନାଯୋଗ୍ୟ କିଛି ଦିନ ତଳେ ଜ୍ୟୋତିରାଦିତ୍ୟ ମଧ୍ୟ କରୋନାରେ ପୀଡ଼ିତ ହୋଇଥିଲେ। ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି।

Share