ଏସ୍‌ସିଓ ବୈଠକରେ ଯୋଗଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୩୦।୬: ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ବୈଠକ ୪ ଜୁଲାଇ ୨୦୨୩ରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ଯୋଗଦେବେ ବୋଲି ଜଣାପଡିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଭାରତ ଚଳିତ ବର୍ଷ ଏସ୍‌ସିଓରେ ଅଧ୍ୟକ୍ଷତା କରୁଛି। ଗତ ବର୍ଷ ସେପ୍ଟେମ୍ବରରେ ସମରକନ୍ଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷତା ଗ୍ରହଣ କରିଥିଲେ।

 

 

Share