Categories: ଜାତୀୟ

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଗୋଆରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ କଲେ ଏସ ଜୟଶଙ୍କର, ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା

ପଣଜି,୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କ ମଧ୍ୟରେ ଗୋଆରେ ଗୁରୁବାର ସାଂଘାଇ ସହଯୋଗ ସମ୍ମିଳନ(ଏସସିଓ)ର ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ଗତ ଦୁଇ ମାସରେ ଏହା ଦ୍ୱିତୀୟ ଦ୍ୱିପାକ୍ଷିକ ବୈଠକ। ଚାଇନା ବୈଦେଶିକ ମନ୍ତ୍ରୀ ମାର୍ଚ୍ଚରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ ନେବାକୁ ଭାରତ ଆସିଥିଲେ।

ଏହି ସମୟରେ ଏସ ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ଚିନ ଗାଂଗଙ୍କୁ କହିଥିଲେ, ପୂର୍ବ ଲଦ୍ଦାଖରେ ଦୀର୍ଘ ଦିନରୁ ଜାରି ରହିଥିବା ସୀମା ବିବାଦ କାରଣରୁ ଭାରତ-ଚାଇନା ସମ୍ପର୍କର ସ୍ଥିତି ‘ଅସାମାନ୍ୟ’ ରହିଛି। ଜୁନ ୨୦୨୦ରେ ଗଲଓ୍ବାନ ଘାଟିରେ ଭିଷଣ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି।

 

Share