Categories: ଜାତୀୟ

ଜୁଲାଇ ୪ରେ ଭର୍ଚୁଆଲରେ ଏସ୍‌ସିଓ ବୈଠକ କରିବ ଭାରତ, ଏହି ଦେଶକୁ ଦିଆଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୩୧।୫: ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ। ତେବେ ଭର୍ଚୁଆଲ ମୋଡରେ ରଖିବାର କାରଣ କୁହାଯାଇନାହିଁ। ଗତ ବର୍ଷ ଉଜବେକିସ୍ତାନର ସମରକନ୍ଦରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, , ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ବ୍ୟକ୍ତିଗତ ଭାବେ ସାମିଲ ହୋଇଥିଲେ।

ଗତ ବର୍ଷ ୧୬ ସେପ୍ଟେମ୍ବରରେ ସମରକନ୍ଦ ସମ୍ମିଳନୀରେ ଭାରତ ଏସସିଓର ସଭାପତିତ୍ତ୍ୱ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ଅଧୀନରେ ଜୁଲାଇ ୪ରେ ଏସ୍‌ସିଓ ପରିଷଦର ରାଷ୍ଟ୍ରାଧ୍ୟଙ୍କ ୨୨ତମ ସମ୍ମିଳନୀ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର – ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ଥାନ, ପାକିସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଇରାନ, ବେଲାରୁଷ ଏବଂ ମୋଙ୍ଗୋଲିଆକୁ ପର୍ଯ୍ୟବେକ୍ଷକ ଦେଶ ଭାବରେ ନିମନ୍ତ୍ରଣ କରାଯାଇଛି। ଏସ୍‌ସିଓ ପରମ୍ପରା ଅନୁଯାୟୀ ତୁର୍କମେନିସ୍ତାନକୁ ମଧ୍ୟ ଅଧ୍ୟକ୍ଷଙ୍କ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

Share