Categories: ଜାତୀୟ

ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇଲେ ନାହିଁ ଜୟଶଙ୍କର

ନୂଆଦିଲ୍ଲୀ,୫।୫: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇନାହାଁନ୍ତି। ବୈଠକରେ ଜୟଶଙ୍କର ଦେଶର ସମସ୍ତ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଏହି ସମୟରେ ବୈଠକରେ ଭାଗ ନେବାକୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଯେତେବେଳେ ମଞ୍ଚ ଉପରେ ପହଞ୍ଚିଥିଲେ ସେତେବେଳେ ଜୟଶଙ୍କର ହାତ ମିଳାଇବା ପରିବର୍ତ୍ତେ ଦୂରରୁ ନମସ୍କାର କରିଥିଲେ। ସୂଚନାଯୋଗ୍ୟ, ବିଲାୱାଲ ଭୁଟ୍ଟୋ ଜରଦାରୀ ଏସସିଓ ସମ୍ମିଳନୀରେ ସାମିଲ ହେବା ପାଇଁ ଗୁରୁବାର ଗୋଆରେ ପହଞ୍ଚିଥିଲେ।

Share